Latest Odisha News

BREAKING NEWS

ଏଠାରେ ମନକୁ ମନ ବିଶାଳକାୟ ପଥର ଘୁଂଚିଥାଏ

ନୂଆଦିଲ୍ଲୀ: ରହସ୍ୟରେ ଭରପୂର ଏହି ଦୁନିଆ । ଆମେରିକାର କାଲିଫୋର୍ଣ୍ଣିଆରେ ଥିବା ଏକ ରହସ୍ୟ ବିଷୟରେ ଆମେ ଆପଣଙ୍କୁ ଅବଗତ କରାଉଛୁ । ଏହି ସ୍ଥାନରେ ବିଶାଳକାୟ ପଥର ମନକୁ ମନ ଖସିଥାଏ । କାଲିଫୋର୍ଣ୍ଣିଆର ଦକ୍ଷିଣ ପୂର୍ବାଂଚଳରେ ନେବାଦ ଅଂଚଳରେ ଏହି ଘଟଣା ଦେଖିବାକୁ ମିଳିଥାଏ । ୨୨୫ କିଲୋମିଟର ପରିବ୍ୟାପ୍ତ ଏହି ଅଂଚଳକୁ ଡେଥ ଭ୍ୟାଲୀ ମଧ୍ୟ କୁହାଯାଏ । ଅବଶ୍ୟ ଏହି ଅଂଚଳରେ ପଥର ଘୁଂଚୁଥିବା ବେଳେ କେହି ଦେଖିଥିବା ପ୍ରମାଣ ମିଳି ନାହିଁ । ତେବେ ପଥର ପଛରେ ସୃଷ୍ଟି ହୋଇଥିବା ଦାଗରୁ ଏହା ଘୁଂଚୁଥିବା ଅନୁମାନ କରାଯାଇଥାଏ । ବୈଜ୍ଞାନିକମାନେ ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି । ଏହି ରହସ୍ୟକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି ।

ବୈଜ୍ଞାନିକମାନେ ୩୧୭ କିଲୋଗ୍ରାମର ଏକ ପଥରକୁ ଚିହ୍ନଟ କରି କ୍ରମାଗତ ଭାବେ ଏହା ଉପରେ ନଜର ରଖିଥିଲେ । କିଛି ବର୍ଷ ପରେ ସେମାନେ ଆଉ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । ମାତ୍ର ପରେ ଜାଣିବାକୁ ପାଇଥିଲେ ସେହି ପଥରଟି ୧ କିଲୋମିଟର ଦୂରକୁ ଘୁଂଚିଯାଇଛି । ତୀବ୍ର ବେଗରେ ବୋହୁଥିବା ପବନ ଯୋଗୁ ଏହା ଘଟିଥାଏ ପାରେ ସେମାନେ ଅନୁମାନ କରିଥିଲେ । ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଏହାର କାରଣ ଜଣାଇ ପାରି ନାହାନ୍ତି ।

Leave A Reply

Your email address will not be published.