Latest Odisha News

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାନିଲ ବିକ୍ରମ ସିଂଘେଙ୍କ ବଡ଼ ଘୋଷଣା

କଲମ୍ବୋ: ଗୋଟାବାୟାଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି । ଦେଶରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଦେଶ ଛାଡି ପ୍ରଥମେ ମାଳଦ୍ୱୀପ ପଳାଇଥିଲେ । ଗୋଟବାୟାଙ୍କ ପରେ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ସେନେଇ ଚର୍ଚ୍ଚା ଚାଲିଥିବା ବେଳେ କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ।

କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ୨ଟି ବଡ଼ ନିଷ୍ପତ୍ତି ନେଇଛନ୍ତି ରାନିଲ୍ ବିକ୍ରମ ସିଂଘେ । ପ୍ରଥମ ନିଷ୍ପତ୍ତି ଅନୁସାରେ, ରାଷ୍ଟ୍ରପତିଙ୍କ ମହାମହିମ ସମ୍ବୋଧନ କରାଯିବ ନାହିଁ । ଦ୍ୱିତୀୟରେ ରାଷ୍ଟ୍ରପତିଙ୍କ ପତାକାକୁ ପ୍ରତ୍ୟାହାର କରି ନିଆଯାଇଛି । ଏହା ପୂର୍ବରୁ ଗୁରୁବାର ରାତିରେ ସିଙ୍ଗାପୁର ପହଞ୍ଚିବା ପରେ ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କା ସଂସଦର ସ୍ପିକରଙ୍କୁ ତାଙ୍କ ଇସ୍ତଫା ଇମେଲ୍ ମାଧ୍ୟମରେ ପଠାଇ ଦେଇଥିଲେ । ଯାହାକୁ ଆଜି ସ୍ପିକର ଗ୍ରହଣ କରିଛନ୍ତି । ଇସ୍ତଫା ଗ୍ରହଣର କିଛି ସମୟ ମଧ୍ୟରେ ରାନିଲ୍ ବିକ୍ରମ ସିଂଘେ କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ।

Leave A Reply

Your email address will not be published.