Latest Odisha News

BREAKING NEWS

ହଷ୍ଟେଲରେ ପିଜା ଅର୍ଡର କରି ଅସୁବିଧାରେ ଚାରି ଛାତ୍ରୀ

ପୁନେ: ମହାରାଷ୍ଟ୍ରର ପୁନେରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ, ଏକ ଲେଡିଜ୍ ହଷ୍ଟେଲରେ ପିଜା ଅର୍ଡର କରିବା କାରଣରୁ ଚାରି ଜଣ ଛାତ୍ରୀଙ୍କୁ ହଷ୍ଟେଲରୁ ଗୋଟିଏ ମାସ ପାଇଁ ନିଲମ୍ବିତ କରାଯାଇଛି । ଏଥିପାଇଁ ଏକ ଉପଯୁକ୍ତ ନୋଟିସ ମଧ୍ୟ ଜାରି କରାଯାଇଥିଲା ଏବଂ ଛାତ୍ରୀମାନଙ୍କୁ ଜବାବ ଦେବାକୁ କୁହାଯାଇଥିଲା ।

ଛାତ୍ରୀମାନଙ୍କୁ ଉତ୍ତର ଦେବା ପାଇଁ ମଧ୍ୟ ସମୟ ଦିଆଯାଇଥିଲା । ତଥାପି, କୌଣସି ଉତ୍ତର ନ ଦେବା ପରେ, ଚାରି ଜଣ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରଠାରୁ, ଏହା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ।

ଏହି ସମ୍ପୂର୍ଣ୍ଣ ଘଟଣାଟି ପୁନେର ମୋଶିରେ ସ୍ଥିତ ସୋସିଆଲ ଓ୍ବାଲଫେୟାର ହଷ୍ଟେଲର । କୁହାଯାଉଛି ଯେ ହଷ୍ଟେଲ ୱାର୍ଡେନ ମୀନାକ୍ଷୀ ନରହରେ ସୂଚନା ପାଇଥିଲେ ଯେ ଛାତ୍ରୀଙ୍କ ଗୋଟିଏ କୋଠରୀରୁ ଅନଲାଇନରେ ପିଜା ଅର୍ଡର କରାଯାଇଛି, ଯାହା ପାଇଁ ଫେବୃଆରୀ ୬ରେ ଏକ ନୋଟିସ ଜାରି କରାଯାଇଥିଲା ।

ପିଜା ଅର୍ଡର ସମ୍ପର୍କରେ ଜାରି ହୋଇଥିବା ନୋଟିସରେ ଲେଖାଯାଇଥିଲା, “କୋଠରୀ ନମ୍ବର ୨୧୮ ରେ ଜାନୁଆରୀ ୩୦, ୨୦୨୪ ରେ ପିଜା ଅର୍ଡର ସମ୍ପର୍କରେ”। ନୋଟିସରେ ଆହୁରି ଲେଖାଯାଇଥିଲା ଯେ ତଦନ୍ତ ସମୟରେ ଜଣାପଡିଥିଲା ​​ଯେ କୋଠରୀରେ ଡୋମିନୋସର ଖାଲି ବାକ୍ସ ପଡ଼ିଛି । ଅର୍ଥାତ୍ ବାହାରୁ ଅଣାଯାଇଥିବା ଖାଦ୍ୟ ସାମଗ୍ରୀ ବ୍ୟବହାର କରାଯାଇଥିଲା ଏବଂ ଏପରି କରିବା ଶୃଙ୍ଖଳା ବିରୁଦ୍ଧ । କୋଠରୀରେ ଉପସ୍ଥିତ ଥିବା ଚାରି ଜଣ ଝିଅଙ୍କୁ ପଚରାଉଚରା କରାଯାଇଥିଲା, କିନ୍ତୁ ସମସ୍ତେ ଏହାକୁ ଅସ୍ୱୀକାର କରିଥିଲେ। ଯଦି ତୁମେ ଦୁଇ ଦିନ ମଧ୍ୟରେ କହିବ ନାହିଁ ଯେ ପିଜା କିଏ ବାହାରୁ ଆଣିଛି, ତେବେ ୮ ତାରିଖ ଦିନ ତୁମ ଚାରି ଜଣଙ୍କୁ ଗୋଟିଏ ମାସ ପାଇଁ ହଷ୍ଟେଲରୁ ନିଲମ୍ବିତ କରାଯିବ । ନୋଟିସ ଜାରି ହେବା ପରେ ଏବେ ହଷ୍ଟେଲ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Comments are closed.