ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର ଇଣ୍ଡିଆ(Hyundai Motor India) ଲୋକପ୍ରିୟ ସେଡାନ୍ ଔରା ପାଇଁ ଏକ ନୂତନ କର୍ପୋରେଟ୍ ଟ୍ରିମ୍ ଆଣିଛି । ଏହି ନୂତନ ଭାରିଆଣ୍ଟ ବିଦ୍ୟମାନ S ଏବଂ SX ଭାରିଆଣ୍ଟ ମଧ୍ୟରେ ଆସିବ । ଉଭୟ ପେଟ୍ରୋଲ ଏବଂ ସିଏନଜି ଇଞ୍ଜିନ୍ ବିକଳ୍ପ ସହିତ ହୁଣ୍ଡାଇ ଔରା କର୍ପୋରେଟ୍(Hyundai Aura Corporate) ଭାରିଆଣ୍ଟ ଉପଲବ୍ଧ ହୋଇଛି । ଏହା ଉଭୟ ଇଞ୍ଜିନ୍ ବିକଳ୍ପ ସହିତ ମାନୁଆଲ୍ ଟ୍ରାନ୍ସମିସନ୍ ରହିଛି ।
ହୁଣ୍ଡାଇ ଔରା କର୍ପୋରେଟ୍ ପେଟ୍ରୋଲ୍ ଭାରିଆଣ୍ଟର ମୂଲ୍ୟ ପ୍ରାୟ ୭.୫ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ରଖାଯାଇଛି । ସିଏନଜି ଭାରିଆଣ୍ଟର ମୂଲ୍ୟ ପ୍ରାୟ ୮.୫ ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ରହିଛି ।
ଔରା ଏସ୍ (Aura S) ଟ୍ରିମ୍ ଉପରେ ଆଧାରିତ କର୍ପୋରେଟ୍ ମଡେଲରେ ଅନେକ ପ୍ରମୁଖ ଅପଗ୍ରେଡ୍ ହୋଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଅପଗ୍ରେଡ୍ ବିଷୟରେ କହିବାକୁ ଗଲେ, ୬.୫ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଏବଂ ଏଲଇଡି ଡେଟାଇମ୍ ରନିଂ ଲ୍ୟାମ୍ପ (DRL) ଅନ୍ତର୍ଭୁକ୍ତ । ଏଥିରେ ଆପଲ୍ କାରପ୍ଲେ କିମ୍ବା ଆଣ୍ଡ୍ରଏଡ୍ ଅଟୋ କନେକ୍ଟିଭିଟି ଦିଆଯାଏ ନାହିଁ ।
ଏଥିରେ କଭର ସହିତ ୧୫ ଇଞ୍ଚର ଷ୍ଟିଲ୍ ଚକ,ଏକ ରିୟର ୱିଙ୍ଗ୍ ସ୍ପଏଲର, ଟାୟାର୍ ପ୍ରେସର ମନିଟରିଂ ସିଷ୍ଟମ୍, ରିୟର ଏସି ଭେଣ୍ଟ ଏବଂ ଇଣ୍ଟିଗ୍ରେଟେଡ୍ କପ୍ ହୋଲ୍ଚର୍ସ ସହିତ ଏକ ରିୟର ଆର୍ମରେଷ୍ଟ ପ୍ରଦାନ କରାଯାଇଛି ।
ନିରାପତ୍ତା ବିଷୟରେ କହିବାକୁ ଗଲେ, ଔରା କର୍ପୋରେଟରେ ବେସ୍ ଭାରିଆଣ୍ଟ ଭଳି ସମାନ ଫିଚର ଅଛି । ଯେଉଁଥିରେ ଚାରୋଟି ଏୟାରବ୍ୟାଗ, ଥ୍ରୀ ପଏଣ୍ଟ ସିଟ୍ ବେଲ୍ଟ ଏବଂ ସିଟ୍ ବେଲ୍ଟ ରିମାଇଣ୍ଡର୍ ଅନ୍ତର୍ଭୁକ୍ତ ଅଛି ।
ଏକ ୧.୨ ଲିଟର ଇଞ୍ଜିନ୍ ରହିଛି, ଯାହା ୮୩ hp ପାୱାର୍ ଏବଂ ୧୧୪nm ଟର୍କ ମିଳିଥାଏ । ପେଟ୍ରୋଲ ସହିତ ଏଥିରେ ସିଏନଜି ଇଞ୍ଜିନର ଅପ୍ସନ ମଧ୍ୟ ରହିଛି ଯେଉଁଥିରେ ୧.୨ ଲିଟର ଇଞ୍ଜିନ୍ ଏହାକୁ ୬୯ hp ପାୱାର ଏବଂ ୯୫.୨ nmର ଟର୍କ ଜେନେରେଟ୍ କରିଥାଏ । ଏହି ଦୁଇ ଇଞ୍ଜିନରେ ମଧ୍ୟ ୫-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ସହ ଯୋଡା ଯାଇଛି ।
Comments are closed.