Latest Odisha News

ଆଇଏମ୍ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପଦରୁ ଇସ୍ତଫା ଦେବେ ଗୀତା ଗୋପୀନାଥ

ୱାଶିଂଟନ୍: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ନେଇ ଜାନୁଆରୀରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗକୁ ଫେରିବେ ବୋଲି ଆଇଏମ୍ଏଫ୍ ମଙ୍ଗଳବାର ଦିନ ଘୋଷଣା କରିଛି।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତିନି ବର୍ଷ ଧରି ଏହି ପଦବୀରେ ରହିବା ପରେ ଆସନ୍ତା ବର୍ଷ ଜାନୁଆରୀରେ ସେ ଏହି ସଂସ୍ଥା ଛାଡିବେ।

ଜଣେ ଭାରତୀୟ ମୂଳ ଅର୍ଥନୀତିଜ୍ଞ ଗୋପୀନାଥ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ପ୍ରଫେସରର ପୂର୍ବ ବୃତ୍ତିକୁ ଫେରିବେ। ଗୋପୀନାଥ ଆଇଏମଏଫର ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ ତଥା ରଘୁରାମ ରାଜନଙ୍କ ପରେ ସମ୍ମାନଜନକ ପଦବୀରେ ଅବସ୍ଥାପିତ ଥିବା ଦ୍ୱିତୀୟ ଭାରତୀୟ।

ସେ ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ତଥା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିଲେ। ।

Comments are closed.