Latest Odisha News

BREAKING NEWS

ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ, ହଠାତ ମାଡ଼ି ଆସିଲା ଭୟଙ୍କର ବନ୍ୟା

ଯୋଶୀମଠ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ହିମସ୍ଖଳନ । ଯୋଶୀମଠ ଅଞ୍ଚଳରେ ହିମସ୍ଖଳନ ପରେ ବନ୍ୟା ଆସିଛି । ଭାଙ୍ଗିଛି ବନ୍ଧ ବାଡ଼ । ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ହଠାତ୍ ହିମସ୍ଖଳନ ପରେ ଧୌଳିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଆଖପାଖ ଅଞ୍ଚଳର ଜନବସତିରେ ପଶିଛି ବନ୍ୟା ପାଣି । ନଦୀକୂଳ ଗାଁଗୁଡ଼ିକୁ ଖାଲି କରାଯାଉଛି । ବହୁ ଲୋକ ଜଳବନ୍ଦୀ ଥିବା ସୂଚନା ମିଳିଛି । କିଛି ନିଖୋଜ ହୋଇଥିବା ଖବର ବି ଆସୁଛି । ତେବେ ଏନେଇ ସଠିକ ସୂଚନା ମିଳି ପାରି ନାହିଁ ।

ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି ଉଦ୍ଧାରକାରୀ ଟିମ୍ । ସ୍ଥିତି ଉପରେ ନଜର ରଖିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ । ଉତ୍ତରାଖଣ୍ଡରେ ବନ୍ୟା ଭଳି ସ୍ଥିତି ଉପୁଜିଥିବା ବେଳେ ଶ୍ରୀନଗର, ଋଷିକେ ଓ ହରିଦ୍ୱାର ସମେତ ଅନ୍ୟ ଅଞ୍ଚଳକୁ ଆର୍ଲଟ କରାଯାଇଛି ।

Leave A Reply

Your email address will not be published.