Latest Odisha News

BREAKING NEWS

ଲଜ୍ଜା ! ବଣଭୋଜି କରିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଜ୍ଜା । ବଣଭୋଜି କରିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ସହ ଦୁଇ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।

ଅଭିଯୋଗ ଅନୁସାରେ, କୋଟଗଡ଼ ଥାନା ଅଞ୍ଚଳର ଦୁଇ ଯୁବକ ଓ ତିନି ଜଣ ଯୁବତୀ ବଣଭୋଜି କରିବାକୁ ଯାଇଥିଲେ। ସେଠାରେ ସମସ୍ତେ ସଲପ ରସ (ମଦ) ପିଇଥିଲେ । ଦୁଇ ଯୁବତୀ ଘରକୁ ଫେରିଥିବା ବେଳେ ଜଣେ ସେଠାରେ ରହିଯାଇଥିଲେ । ନିଶାସକ୍ତ ଥିବା ବେଳେ ଦୁଇ ଯୁବକ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତ ଓସେଫ ବଡ଼ମାଝୀ ଓ ନୀଳାମ୍ବର ବଡ଼ମାଝୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି କୋଟଗଡ଼ ଥାନା ପୋଲିସ ।

Leave A Reply

Your email address will not be published.