Latest Odisha News

BREAKING NEWS

ଦାମି କାର ଚଲାଉଥିଲେ, ଛାଡ଼ପତ୍ର ପରେ ଏବେ ପାଲଟିଗଲେ ଟ୍ୟାକ୍ସି ଡ଼୍ରାଇଭର

ନ୍ୟୁୟର୍କ: ଭାଗ୍ୟ କେତେବେଳେ କାହାର କ’ଣ ହେବ କେହି କହିପାରିବେ ନାହିଁ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଦିନେ ଯେଉଁ ମହିଳା ଦାମି କାର ଚଲାଉଥିଲେ, ଏବେ ସେ ଟ୍ୟାକ୍ସି ଡ଼୍ରାଇଭର ପାଲଟି ଯାଇଛନ୍ତି ।

ନ୍ୟୁୟର୍କର ନାନେଟ୍ ହାମୋଣ୍ଡ ଜଣେ ଜଣାଶୁଣା ମଡ଼େଲ । ସେ ଜଣେ ଧନୀ ବ୍ୟକ୍ତିଙ୍କୁ ବିବାହ କରିବା ପରେ ତାଙ୍କ ଭାଗ୍ୟ ବଦଳିଗଲା । ପ୍ଲାଷ୍ଟିକ୍ ସର୍ଜରୀ କରି ସ୍ୱାମୀଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ କଲେ । ଦାମୀ କାରରେ ବୁଲିବା ସହ ବିଳାସପୂର୍ଣ୍ଣ ଘରେ ରହିଲେ । ବିବାହର କିଛି ବର୍ଷ ନିଜ ଜୀବନକୁ ଖୁବ୍ ଉପଭୋଗ କଲେ । ହେଲେକୌଣସି କାରଣକୁ ନେଇ କିଛି ବର୍ଷ ପରେ ତାଙ୍କର ସ୍ୱାମୀଙ୍କ ସହ ଛାଡ଼ପତ୍ର ହୋଇଗଲା । ପରେ ସ୍ୱାମୀଙ୍କଠାରୁ ଘର,ଗାଡ଼ି, ଟଙ୍କା ଆଦି ଛଡ଼ାଇ ଆଣିଲେ । ହେଲେ ତାଙ୍କ ସ୍ୱାମୀ କୌଣସି ଉପାୟ ନ ପାଇ କୋର୍ଟର ଆଶ୍ରୟ ନେଲେ । କୋର୍ଟ ତାଙ୍କର ସମସ୍ତ ସମ୍ପତ୍ତି ଫେରାଇବାକୁ ନିର୍ଦ୍ଦେଶ ଦେବା ପରେ ସେ ଏବେ କାଙ୍ଗାଳ ହୋଇଯାଇଛନ୍ତି । ନିଜ ଜୀବନ ବଞ୍ଚାଇବାକୁ ଟ୍ୟାକ୍ସି ଡ଼୍ରାଇଭର ପାଲଟିଛନ୍ତି ।

ନାନେଟେ କହିଛନ୍ତି ଯେ, ଆଗରୁ ମୁଁ ବଙ୍ଗଳାରେ ରହୁଥିଲି । ହେଲେ ଏବେ ଭଡ଼ା ଘରେ ରହିବା ସହ ଚଟାଣରେ ଶୋଉଛିି । ମୋ ପାଖରେ ପଇସା ନ ଥିବାରୁ ମୁଁ ବହୁ ଦୁଃଖ କଷ୍ଟରେ ଦିନ କାଟୁଛି । ତେଣୁ କାର ଚଲାଇବାକୁ ଚିନ୍ତା କଲି । ଯେତେବେଳେ କାରରେ କାହାକୁ ନେବାକୁ ଯାଉଛିି, ଲୋକମାନେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଦିନ ଥିଲା ଅନେକ ଲୋକ ମୋତେ ଏକ ପ୍ଲାଷ୍ଟିକ୍ ଡଲ୍ ବୋଲି ଭାବୁଥିଲେ । ଏବେ ଦୁନିଆର ସବୁଠାରୁ ଗ୍ଲାମର ଡ୍ରାଇଭରର ଟ୍ୟାଗ୍ ପାଇଛିି । ମୋର ବେଶଭୂଷା ଦେଖି ଅନେକ ଲୋକ ମୋ କାରରେ ମଧ୍ୟ ବସନ୍ତି ନାହିଁ । ଯେତେବେଳେ ସେମାନଙ୍କୁ ଲାଇସେନ୍ସ ଦେଖାଏ ସେତେବେଳେ ସେମାନେ କାର ଯାଇଥାନ୍ତି ।

Leave A Reply

Your email address will not be published.