Latest Odisha News

BREAKING NEWS

ସମ୍ବଲପୁରରେ ହିଂସା ପୂର୍ବରୁ ଆଗୁଆ ଚେତାଇଥିଲା ଗୁଇନ୍ଦା, ଏସପି ହାତବାନ୍ଧି ବସିଥିଲେ?

ଭୁବନେଶ୍ୱର: ଏପ୍ରିଲ ୧୨ ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା କରି ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଅଧିକାରୀମାନେ ଚେତାବନୀ ଦେଇଥିଲେ। ଏପ୍ରିଲ ୧୧ ତାରିଖରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଗୁଇନ୍ଦା ଏସପି ଏପରି ଉଲ୍ଲେଖ କରିଥିଲେ।

BjdElectrycity

ରାଲି ସମୟରେ କୌଣସି ମୁସଲମାନ ବିରୋଧୀ କିମ୍ବା ହିନ୍ଦୁ ବିରୋଧୀ ନାରା ଦେଲେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇପାରେ ବୋଲି ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ସତର୍କ କରାଯାଇଥିଲା। ଏବଂ ପର୍ବ ପାଳନ ସମୟରେ ଆଇନ ଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଚିଠିରେ ଅନୁରୋଧ କରାଯାଇଥିଲା।

ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ୬୦୦ ସଦସ୍ୟ ଏପ୍ରିଲ ୧୨ ତାରିଖରେ ବାଇକ୍ ରାଲି କରିବାକୁ ଯୋଜନା କରିଛନ୍ତି। ଏହି ରାଲି ଗୋବିନ୍ଦଟୋଲ ପେଟ୍ରୋଲ ପମ୍ପରୁ ଆରମ୍ଭ ହୋଇ ଭୂତପଡା, ମୋତିଝରଣ, ରଜା ନଗର, ସୁନାପଲ୍ଲୀ, କୁମ୍ଭାରପଡା, ଦଳେଇପଡା ଆଦି ମୁସଲିମ ବହୁଳ ଅଞ୍ଚଳ ଦେଇ ଯିବାର ଥିଲା। ଏହି ରାଲି ରିସାଲା ମସଜିଦ, ନୂରୀ ମସଜିଦ, ସାଲାଫି ମସଜିଦ, ସଦର ମସଜିଦ, ପୀରବାବାର ମଜାର ସମେତ ଅନେକ ମସଜିଦ ଦେଇ ଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥି୍ଲା।

ଏସବୁ ଚେତାବନୀ ସତ୍ତ୍ୱେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ବେଳେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଜେଡି ନେତୃତ୍ୱାଧୀନ ଶାସନ ବ୍ୟବସ୍ଥାକୁ ପୁଲିସ ପ୍ରଶାସନର ମନମୁଖି କାର୍ଯ୍ୟ ପାଇଁ ସମାଲୋଚନା କରିଥିଲେ।

ତେଣୁ ଏବେ ପ୍ରଶ୍ନ ଉଠୁଛି ଏହି ହିଂସାକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ହେବା ଓ ଯେଉଁ କ୍ଷତି ହେଲା ସେଥିପାଇଁ କିଏ ରହିବେ ଦାୟୀ? ଏସପି ଆଗୁଆ ଜାଣି କାହିଁକି ଆବଶ୍ୟକ ପଦକ୍ଷେପ ନନେଲେ? ପୂର୍ବ ବର୍ଷରେ ମଧ୍ୟ ହନୁମାନ ଜୟନ୍ତୀରେ ଉତ୍ତେଜନା ପ୍ରକାଶ ପାଇଥିଲା ତେଣୁ ଏସପି ଏବେ ସବୁଜାଣିଶୁଣି ନିରବ ରହିଲେ ନା ଆଉ କିଛି ଅଦୃଶ୍ଯ ଚାପ ପାଇଁ ଚୁପ ରହିଥିଲେ ତାହା ଏବେ ବଡ ପ୍ରଶ୍ନ। ଆଉ ଏହ ଗୁଇନ୍ଦା ରିପୋର୍ଟ ସେତେବେଳେ ଆସିଛି ଯେତେବେଳେ ବିଜେପିର ରାଷ୍ଚ୍ରୀୟ ସଭାପତିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବ ବୋଲି ଜଣାପଡ଼ିଛି।

ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଗୃହ ବିଭାଗ, ଏବଂ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିନପାରିବା ପୋଲିସର ଢିଲା ବ୍ୟବସ୍ଥାକୁ ସୂଚାଉଛି। ଅପରପକ୍ଷରେ କଂଗ୍ରେସ ମୁଖପାତ୍ର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହିଂସା ପାଇଁ ଦାୟୀ କରିଛନ୍ତି। ତେବେ ଏ ନେଇ ସମ୍ପୃକ୍ତ ଅଧିକାରୀ କିମ୍ବା ଶାସକ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.