Latest Odisha News

BREAKING NEWS

ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ପୁନଃ ନିଯୁକ୍ତିକୁ କୋର୍ଟଙ୍କ ଭର୍ତ୍ସନା

କୋଲକାତା: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଦିନକୁ ଦିନ ନୂଆ ତଥ୍ଯ ସାମ୍ନାକୁ ଆସୁଛି।

ମଙ୍ଗଳବାର ଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ପ୍ରଫେସର ଡ.ସନ୍ଦୀପ ଘୋଷଙ୍କୁ କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଯୁକ୍ତି ମିଳିବାକୁ ନେଇ ଜୋରଦାର ବିରୋଧ କରାଯାଉଛି।

ଅନ୍ୟପକ୍ଷରେ କଲିକତା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଇସ୍ତଫା ଦେବାର କିଛି ଘଣ୍ଟା ପରେ ପ୍ରିନ୍ସିପାଲଙ୍କୁ କାହିଁକି ପୁନଃ ନିଯୁକ୍ତ କରାଯାଇଛି ବୋଲି ପ୍ରଶ୍ନ ପଚାରିଛନ୍ତି। ହାଇକୋର୍ଟ ପ୍ରିନ୍ସିପାଲ୍ ଡ. ସନ୍ଦୀପ ଘୋଷଙ୍କୁ ଲମ୍ବା ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗର ମନ୍ତ୍ରୀ ଜାଭେଦ ଅହମ୍ମଦ ଖାନ ଏବଂ ଟିଏମସି ବିଧାୟକ ସ୍ବର୍ଣ୍ଣ କମଲ ଘଟଣାସ୍ଥଳରେ ପହଞ୍ଚିବା ପରେ ଡାକ୍ତର ଘୋଷଙ୍କ ପୁନଃ ନିଯୁକ୍ତିକୁ ନେଇ ଛାତ୍ରଛାତ୍ରୀ ତୀବ୍ର ବିରୋଧ କରିଥିଲେ। ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ କଲିକତା ନ୍ୟାସନାଲ ମେଡିକାଲ କଲେଜରେ ଆର.ଜି କର ମେଡିକାଲ କଲେଜ ଭଳି ଘଟଣା ଘଟୁ ବୋଲି ସେମାନେ ଚାହୁଁ ନାହାଁନ୍ତି।

ମୁଖ୍ଯ ବିଚାରପତି ମଙ୍ଗଳବାର ଦିନ କହିଛନ୍ତି ଯେ ଡ. ସନ୍ଦୀପ ଘୋଷ ନୈତିକତା ଦେଖାଇ ଇସ୍ତଫା ଦେଇଛନ୍ତି, ତେବେ ତାଙ୍କୁ କିପରି ପୁନଃ ପ୍ରିନ୍ସିପାଲ ଭାବରେ ନିଯୁକ୍ତ କରାଯାଇପାରିବ? କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସେ ହୁଏତ ଏକ ପ୍ରଶାସନିକ ପଦବୀରେ ରହିଥିବେ, କିନ୍ତୁ ତାଙ୍କୁ ପ୍ରଥମେ ପଚରାଉଚରା କରାଯିବା ଉଚିତ୍।

 

Comments are closed.