Latest Odisha News

BREAKING NEWS

ଗୋଆରେ ଡେଲ୍ଟା ପ୍ଲସ ଭୟ, ଜୁଲାଇ ୫ ପର୍ଯ୍ୟନ୍ତ ବଢ଼ିଲା କୋରୋନା କର୍ଫ୍ୟୁ

ଗୋଆ : ମହାମାରୀ କରୋନାର ଦ୍ବିତୀୟ ଲହରରେ ସୁଧାର ଆସୁଥିବା ବେଳେ ଏବେ ବିଭିନ୍ନ ରାଜ୍ୟରେ ଚିନ୍ତା ବଢ଼ାଇଲାଣି ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ । ମାମଲା ଧିରେ ଧିରେ ବଢୁଥିବା ବେଳେ ଏବେ ଆଗୁଆ ପଦକ୍ଷେପ ନେବା ଆରମ୍ଭ କଲେଣି ବିଭିନ୍ନ ରାଜ୍ୟ ସରକାର । ଏହି କ୍ରମରେ ଡେଲଟା ପ୍ଲସ ଭ୍ୟାରିଆଣ୍ଟର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ଗୋଆ ସରକାର । କରୋନା ମୁକାବିଲା ଲାଗି ଗୋଆରେ ଜୁଲାଇ ୫ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଛନ୍ତି ସରକାର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ।

ମହାମାରୀକୁ ନଜରରେ ରଖି ଗୋଆରେ କଡ଼ା କଟକଣା ଲାଗୁ ହେବ । ପଡୋଶୀ ରାଜ୍ୟରୁ ଗୋଆକୁ ଆସୁଥିବା ଲୋକଙ୍କ ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଘରୋଇ ଲାବୋରେଟୋରିରେ ନୂଆ ଭ୍ୟାରିଆଣ୍ଟର ପରୀକ୍ଷଣ କରିବାକୁ ପୃଥକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.