Latest Odisha News

BREAKING NEWS

ବିନା ଡିଗ୍ରୀରେ ଚାଲିଥିଲା ଚିକିତ୍ସା, ଗିରଫ ୩ କ୍ୱାକ୍ ଡାକ୍ତର

ମାଲକାନଗିରି: କରୋନା ମହମାରୀରେ ଅସ୍ତବ୍ୟସ୍ତ ହୋଇପଡିଛି ଧନଜୀବନ । ଏହାରି ଭିତରେ କିଛି ଅସାଧୁଙ୍କୁ ମିଳିଥିଲା ମାଲାମାଲ ହେବାକୁ ସଯୋଗ । ଏହି ଧାରାରେ ମାଲକାନଗିରି ଜିଲ୍ଲାରେ ପୋଲିସ ଜାଲରେ ପଡିଛନ୍ତି ତିନିଜଣ କ୍ୱାକ୍ (ଦେଶୀ) ଡାକ୍ତର । ଜାଣି ଚକିତ ହେବେ ବିନା ଡିଗ୍ରୀରେ ଚାଲିଥିଲା ଡାକ୍ତରୀ ଚିକିତ୍ସା ।

ସତ ଓ ଶତ ପ୍ରତିଶତ ସାଂଘାତିକ । ଲକ୍‌ଡାଉନ୍‌ର ଫାଇଦା ଉଠାଇ ନୀରିହ ଲୋକଙ୍କ ଜୀବନ ସହ ଖେଳୁଥିଲେ ତିନି କ୍ୱାକ୍ ଡାକ୍ତର । ପାଖରେ ନଥିଲା ଡାକ୍ତରୀ ଡିଗ୍ରୀ । ତଥାପି ଚିକିତ୍ସା ବାବଦକୁ ଚଢା ଦରରେ ଫିସ୍ ନେବା ସହ ଚାଲିଥିଲା ଡାକ୍ତରୀ ଚିକିତ୍ସା । ତେବେ ଗାଁକୁ ଗାଁ ବୁଲି ଲୋକଙ୍କ ଚିକିତ୍ସା କରୁଥିବା ତିନିଜଣ ଅଭିଯୁକ୍ତ ତଥା ନକଲି ଡାକ୍ତରଙ୍କୁ କାଲିମେଲା ପୋଲିସ ଗିରଫ କରିଛି ।

ପୋଲିସ ରିପୋର୍ଟ ଅନୁଯାୟୀ କ୍ୱାକ୍ ଡାକ୍ତରଙ୍କୁ ନେଇ ସାଧାରଣ ଲୋକଙ୍କ ଅଭଯୋଗ ପରେ ମାଲକାନଗିରି ଏସ୍‌ପି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଆଜି କାଲିମେଳା ପୋଲିସ ହାତରେ ଧରାପଡିଥିଲେ ତିନି ଅଭିଯୁକ୍ତ । ସେମାନଙ୍କଠାରୁ ବିପୁଳ ପରିମାଣର ମେଡସିନ୍ ଜବତ ହୋଇଛି । ଗିରଫ ତିନି ଅଭିଯୁକ୍ତ ହେଲେ ଏମ୍‌.ଭି-୭୩ ଅଂଚଳର ପରେଶ ବାୱାଲି, ଏମ୍‌.ପି.ଭି-୧୪ର ଶଶାଙ୍କ ପାଇକ ଓ ଏମ୍‌.ପି.ଭି -୧୧ ଗାଁର ସଚ୍ଚିନ ପରମାଣିକ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.