Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ଗାଁର ଲୋକେ

ମୟୂରଭଞ୍ଜ: ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ନୁରିସାହି ଗ୍ରାମବାସୀ । ଆଜି ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ବଡସାହି ବ୍ଲକ୍ ଖାନୁଆ ପଞ୍ଚାୟତ ୧୨ ନଂ ୱାର୍ଡ ବୁଥରେ ଭୋଟ ବର୍ଜନ । ନୁରିସାହି ଗ୍ରାମର ଶତାଧିକ ମହିଳା ପୁରୁଷ ଭୋଟ ବର୍ଜନ କରି ବୁଥ ସମ୍ମୁଖରେ ଧାରଣାରେ ବସିଛନ୍ତି ।

BjdElectrycity

ଦୀର୍ଘ ଦିନରୁ ମୌଳିକ ସୁବିଧାରୁ ବଞ୍ଚିତ ସେମାନେ । ନା ଅଛି ଭଲ ରାସ୍ତା,ନା ପିଇବା ପାଣି, ନା ଅଛି ପିଲାମାନଙ୍କ ପଢିବା ପାଇଁ ସ୍କୁଲ । ଏନେଇ ସମସ୍ତଙ୍କୁ ବାରମ୍ବାର ଜଣାଇ ଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରିନଥିଲା । କୌଣସି ସମାଧାନ ହୋଇପାରିନଥିଲା । ଯାହର ପ୍ରତିବାଦ କରିବା ସହିତ ଧାରଣାରେ ବସିଛନ୍ତି ଗାଁର ଲୋକେ ।

ତେବେ ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ବେଳେ ପ୍ରକୃତରେ ବୁଥ ରେ ମତଦାନ ହେଉଛି କି ନାହିଁ ଏବାବଦରେ ପୋଲିଂ ଅଧିକାରୀ ଙ୍କୁ ପଚାରିବାରୁ ଗୋଟିଏ ବି ମତଦାନ ପଡି ନ ଥିବା କଥା ଅଧିକାରୀ କହିଛନ୍ତି।

Comments are closed, but trackbacks and pingbacks are open.