Latest Odisha News

BREAKING NEWS

ମିଳୁନାହାନ୍ତି ମାଲିକ , ଥାନାରେ ଛେଳି ଅଟକ

ତାମିଲନାଡୁ : ସମସ୍ୟାରେ ପଡିଛି କୋଏମ୍ବାଟୁର କରମଡାଇ ପୋଲିସ । ଆପଣମାନେ ତ ଶୁଣିଥିବେ ପୋଲିସ ଚୋରକୁ ଖୋଜେ ହେଲେ ଏହି ଘଟଣାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଚୋରି ହୋଇଥିବା ଛେଳିକୁ ପୋଲିସ ପାଇଛି । ଏହି ଛେଳି ଏବେ ପୋଲିସ କଷ୍ଟେଡିରେ ରହିଛି । ବର୍ତମାନ ଏହି ଛେଳିର ମାଲିକ କିଏ ତାକୁ ନେଇ ପୋଲିସ ଖୋଜିବା ପାଇଁ ଚେଷ୍ଟା କରୁଛି । ଏଭଳି କଠିନ ସମୟରେ ପୋଲିସ ଛେଳିର ଭଏସ ସହ ଛେଳିର ମାଲକ କିଏ କହି ଫଟୋ ହ୍ୱାଟସଆପ୍ ସାହାର୍ଯ୍ୟରେ ସମସ୍ତଙ୍କ ପାଖକୁ ସେୟାର କରୁଛି । ହେଲେ ମାଲିକକୁ ପାଇ ପାରୁନି ପୋଲିସ ।

ଅନ୍ୟପଟେ ଗୋଟିଏ ପୋଲିସ ଷ୍ଟେସନରେ ଛେଳିକୁ ରଖିବା ଅତ୍ୟନ୍ତ କଷ୍ଟକର ହେଉଛି ବୋଲି ଅଧିକାରୀ ମାନେ କହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ କୋୟବାଟୁ ଗସ୍ତ କରୁଥିବାରୁ ଅଧିକାଂଶ କର୍ମଚାରୀ ଡ୍ୟୁଟିରେ ରହିବେ । ତେଣୁ ଛେଳିର ଯତ୍ନ ନେବାକୁ ସକ୍ଷମ ହେବେନାହିଁ । ତେଣୁ ଆଜି ଏହି ଛେଳିକୁ ଛେଳି ଚରାଳି ପାଖରେ ଛାଡି ଦିଆଯାଇଛି । ସୂଚନା ଅନୁସାରେ କନେଷ୍ଟବଳ ଶିବ ପ୍ରକାଶମ ଦେଖିଥିଲେ କି ରବିବାର ଦିନ ଦୁଇଟା ପାଖାପାଖି ସମୟର ହେବ ଦୁଇ ଜଣ ଲୋକ ମୋଟରବାଇକରେ ଛେଳିକୁ ନେଇଯାଉଥିଲେ । ଏହି ସମୟରେ କନେଷ୍ଟବଳ ତାଙ୍କୁ ଧରିପକାଇଥିଲା । ପରେ କନେଷ୍ଟବଳ ଜଣକ ଏହି ଛେଳିକୁ ଉଦ୍ଧାର କରି ପୋଲିସ ଷ୍ଟେସନକୁ ନେଇ ଆଣିଥିଲେ।

ପରେ ପୋଲିସ ଷ୍ଟେସନ ପାଖାପାଖି ଲୋକଙ୍କୁ ପୋଲିସ ଜଣଇଥିଲା । ହେଲେ ଛେଳିର ମାଲିକ କିଏ ଜାଣିନପାରିବାରୁ ।ଶେଷରେ ପୋଲିସ ବାଧ୍ୟହୋଇ କିଏ ଛେଳିକୁ ହରାଇଛନ୍ତି କହି ଏକ ଭଏସ ମେସଜ ଲୋକମାନଙ୍କୁ ପଠାଇବା ସହ ଯଦି କିଏ ଛେଳିକୁ ହରାଇଛନ୍ତି ପୋଲିସ ଷ୍ଟେସନ ଆସି ନେଇପାରିବେ ବୋଲି କହିଛି । ଅନ୍ୟପଟେ ଚୋରମାନେ ପଶ୍ଚିମ କରାଇଡାଇରରୁ ଏହି ଛେଳି ଚୋରି କରିଥାଇ ପାରନ୍ତି ବୋଲି ଅନୁମାନ କରୁଛି ପୋଲିସ ।

Leave A Reply

Your email address will not be published.