Latest Odisha News

ଓଲିଉଡକୁ କମ୍ ବ୍ୟାକ୍ କଲେ ଅଭିନେତ୍ରୀ ପ୍ରିୟା ଚୌଧୁରୀ

ଭୁବନେଶ୍ୱର : ଫିଲ୍ମ ଜଗତଠାରୁ ଦୂରେଇ ଯାଇଥିବା ଅଭିନେତ୍ରୀ ପ୍ରିୟା ଚୌଧୁରୀ ପୁଣି ଓଲିଉଡକୁ କମ୍ ବ୍ୟାକ୍ କରୁଛନ୍ତି । ଏଥର ପ୍ରିୟା ଭିନ୍ନ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି । ଉପସ୍ଥାପିକା ତଥା ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏବେ ସୁଟିଂ ସେଟରେ ନିଜର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି । ନୂଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ପାଇଁ ସୁଟିଂ ଚାଲିଛି ।ଏଥିରେ ନାୟକ ଅମ୍ଲାନଙ୍କ ବିପକ୍ଷରେ ତିନି ଜଣ ନାୟିକା ନଜର ଆସିବେ ବୋଲି ଜଣାପଡିଛି ।

ରୋମାଣ୍ଟିକ କାହାଣିକୁ ନେଇ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ପ୍ରିୟାଙ୍କ ସହିତ ରିୟା ଓ ରାଗିଣୀ ନିଜର ଆସିବେ । ଅନ୍ୟପଟେ ଏହି ଫିଲ୍ମରେ ବିବି ମିଶ୍ର, ପପି ସନ୍ତୁକା, ଅମର ମହାପାତ୍ର,ବାପି ବିନୋଦ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ନୂଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ପୁଣି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।

ବ୍ଲୁ ଆଇଜ୍ ଏଣ୍ଟରଟେନମେଣ୍ଟର ପ୍ରଥମ ଅବଦାନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଦିଲ୍ଲୀପ ପଣ୍ଡା, ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ନନ୍ଦିକେଶ ଓ ବ୍ୟୋମକେଶ । କାହାଣୀ ଓ ରଚନା ଖଗେଶ୍ୱର ଶେଜପଡା ଦେଇଥିବା ବେଳେ  ଫିଲ୍ମର ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାସ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଅଲିଉଡ୍ ଜଗତରେ ଡ୍ରିମଗାର୍ଲ ରୁ ଅଭିନୟ ଆରମ୍ଭ କରିଥିବା ପ୍ରିୟା ଚୌଧୁରୀ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ ।

Leave A Reply

Your email address will not be published.