Latest Odisha News

BREAKING NEWS

ସରକାରଙ୍କ ବିରୋଧ ସତ୍ତ୍ୱେ ଗୋଧ୍ରା କାଣ୍ଡ ଦେଷୀଙ୍କୁ ସୁ୍ପ୍ରିମ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗୋଧ୍ରାକାଣ୍ଡ ମାମଲାରେ ଗୁଜୁରାଟ ସରକାରଙ୍କ କଡା ବିରୋଧ ସତ୍ତ୍ୱେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି, ଦୋଷୀ ଫାରୁକ ୨୦୦୪ରୁ ଜେଲ ଦଣ୍ଡ ଭୋଗୁଛି ଏବଂ ସେ ୧୭ ବର୍ଷ ଜେଲରେ ରହି ସାରିଲାଣି । ତେଣୁ ତାଙ୍କୁ ଜାମିନରେ ମୁକ୍ତି ଦିଆଯିବା ଉଚିତ । ତେବେ ଅନ୍ୟ ୧୭ ଦୋଷୀଙ୍କ ଆବେଦନର ଶୁଣାଣି କୋର୍ଟ ଛୁଟି ପରେ କରିବେ ବୋଲି ଜଣାଯାଇଛି ।

ଦୋଷୀ ଫାରୁକଙ୍କ ବିରୋଧରେ ପଥର ଫିଙ୍ଗିବା ଅଭିଯୋଗ ରହିଛି । ଶୁଣାଣି ସମୟରେ ଫାରୁକଙ୍କ ଜାମିନକୁ ଗୁଜରାଟ ସରକାର ତୀବ୍ର ବିରୋଧ କରିଥିଲେ । ସରକାରଙ୍କ ପକ୍ଷରୁ ସଲିସିଟର ଜେନରାଲ ତୁଷାର ମେହେଟ୍ଟା କହିଥିଲେ, ଏହା ଖାଲି ପଥରଫିଙ୍ଗା ନ ଥିଲା, ଏହା ଏକ ଜଘନ୍ୟ ଅପରାଧ ଥିଲା । କାରଣ ଜଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ବାହାରକୁ ଆସିବାକୁ ଦିଆ ଯାଇ ନ ଥିଲା ।

ଏହା ପୂର୍ବରୁ ମଧ୍ୟ ସିଲିସିଟର ଜେନେରାଲ ଏହି କଥା କହିଥିଲେ । ସେ କହିଥିଲେ, ପଥର ଫିଙ୍ଗିବା ଯୋଗୁ ତାଙ୍କ ବିରୋଧରେ କେସ ହୋଇ ନାହିଁ । ପଥର ଫିଙ୍ଗି ବା ଯୋଗୁ କୌଣସି ଯାତ୍ରୀଙ୍କୁ ଜଳନ୍ତା ଟ୍ରେନରୁ ବାହାରକୁ ଆସିବାର ସୁଯୋଗ ଦିଆ ଯାଇ ନ ଥିଲା ।

ଅନ୍ୟପକ୍ଷେ ସୁପ୍ରିମକୋର୍ଟ କହିଛନ୍ତି, ଦୋଷୀଙ୍କ ମଧ୍ୟରୁ ଅନେକ ପଥର ଫିଙ୍ଗିଳି ଥିଲେ ଏବଂ ସେମାନେ ଦୀର୍ଘ ସମୟ ଜେଲ ଦଣ୍ଡ କାଟି ସାରିଲେଣି । କେତେଜଣଙ୍କୁ ଜାମିନରେ ଛାଡ଼ି ଦିଆଗଲାଣି । ତେବେ ସଲିସିଟର କହିଛନ୍ତି, ସବୁ ଦୋଷୀଙ୍କ ଭୂମିକାଙ୍କୁ ଯାଞ୍ଚ କରିବେ ଏବଂ କେତେଜଣଙ୍କୁ ଜାମିନରେ ମଧ୍ୟ ଛାଡି ଦିଆଯାଇ ପାରେ । ଡିସେମ୍ବର ୧୫ ତାରିଖ ସୁଦ୍ଧା ଗୁଜରାଟ ସରକାରଙ୍କୁ ରିପୋର୍ଟ ଦାଖଲ  ପାଇଁ ସୁପ୍ରିମ କୋର୍ଟ କହିଛନ୍ତି ।

Leave A Reply

Your email address will not be published.