Latest Odisha News

BREAKING NEWS

ଗୋଧ୍ରା ଟ୍ରେନ ପୋଡ଼ି ଘଟଣା: ୮ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ଗୁଜରାଟ ଗୋଧ୍ରାରେ ୨୦୦୨ରେ ହୋଇଥିବା ସାବରମତୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ୮ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଜାମିନ । ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଏହି କଏଦୀଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି । ଏଲହି ଦୋଷୀମାନେ ୧୭ରୁ ୨୦ ବର୍ଷ ସଜା କାଟି ସାରିଲେଣି । ଏହି ଦୋଷୀଙ୍କୁ ତଳକୋର୍ଟ ଫାଶି ଦଣ୍ଡାଦେଶ ଦେଇଥିଲେ । ହେଲେ ପରେ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି । ଅନ୍ୟପକ୍ଷେ ଅନ୍ୟ ୪ ଜଣ ଦୋଷୀଙ୍କୁ ଜାମିନ ଦେବା ପାଇଁ କୋର୍ଟ ମନା କରି ଦେଇଛନ୍ତି ।

ସୁପ୍ରିମକୋର୍ଟରେ ଚିଫ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ପି.ଏସ. ନରସିଂହାଙ୍କ ବେଞ୍ଚ ଗୋଧରା ମାମଲାରେ ଦୋଷୀଙ୍କୁ ଜାମିନ ଦେବା କେସର ନିଷ୍ପତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ଜାମିନର ସର୍ତ୍ତ ପୂରଣ କରିବା ପରେ ଅନ୍ୟ ଲୋକଙ୍କ ଜମାନତରେ ଏହି ୮ ଦୋଷୀଙ୍କୁ ଜାମିନ ପ୍ରଦାନ କରାଯାଇଛି । ଦୋଷୀଙ୍କ ପକ୍ଷରୁ ତାଙ୍କର ଓକିଲ ଇଦ୍କୁ ଦୃଷ୍ଟିରେ ରଖି ସେମାନଙ୍କୁ ଜାମିନରେ ଛାଡିବା ପାଇଁ ଆବେଦନ କରିଥିଲେ ।

ଏଠି ମନେ ପକେଇ ଦେବାକୁ ଚାହିଁବୁ, ୨୦୦୨ରେ ଗୋଧ୍ରାରେ ସାବରମତୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇଦେବା ପରେ ୫୯ ଜଣ ଜୀବନ୍ତ ଜଳି ଯାଇଥିଲେ । ଏହି ମାମଲାରେ ୨୭ ଜଣଙ୍କ ପକ୍ଷରୁ ଜାମିନ ପାଇଁ କୋର୍ଟରେ ଆବେଦନ କରାଯାଇଥିଲା ।

ଗୁଜରାଟ ସରକାରଙ୍କ ପକ୍ଷରୁ ସଲିସିଟର ଜେନରାଲ ତୁଷାର ମେହଟ୍ଟା କୋର୍ଟଙ୍କୁ କହିଛନ୍ତି, କେବଳ ପଥର ଫିଙ୍ଗି ଆକ୍ରମଣ କରି ନ ଥିଲେ । ବରଂ ସାବରମତି ଏକ୍ସପ୍ରେସର ବଗିକୁ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଫଳରେ ଟ୍ରେନରେ ଥିବା ୫୯ ଜଣ ଜୀବନ୍ତ ଜଳି ଯାଇଥିଲେ । ଶତାଧିକ ଯାତ୍ରୀ ଆହତ ହୋଇଥିଲେ ।

Leave A Reply

Your email address will not be published.