Latest Odisha News

BREAKING NEWS

ଚୀନରେ ନକଲି ସୁନା ରଖି ୨୧ହଜାର୧୪୮ କୋଟି ଟଙ୍କା ଋଣ ଠକେଇ

ବେଜିଂ: ନିଜର ପ୍ରସ୍ତୁତ ନକଲି ଚାଲରେ ନିଜେ ଫସିଛି ଚୀନ୍ । ଜିରେହେଜ୍ ନାମକ ଏକ ୱେବସାଇଟରୁ ମିଳିଥିବା ରିପୋର୍ଟ ମୁତାବକ ନକଲି ସୁନା ରଖି ଏଠାକାର ଗ୍ରାହକ ୨୧ହଜାର୧୪୮ କୋଟି ଟଙ୍କାର ଋଣ ନେଇଛନ୍ତି । ଉହାନର କିଙ୍ଗଗୋଲ୍ଡ ନାମକ କମ୍ପାନୀ ବିଶେଷ ଭାବେ ଏହି ଠକେଇ କରିଛି । ଏ ପର୍ଯ୍ୟନ୍ତ ୮୩ ଟନ ନକଲି ସୁନା ଜବତ ହୋଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ହୋଇଛି ।

କିଙ୍ଗଗୋଲ୍ଡର ମାଲିକ ହେଉଛନ୍ତି ପୂର୍ବତନ ମିଲିଟାରି ଅଫିସର ଜିୟା ଝିହୋଙ୍ଗ । ତାଙ୍କଠାରୁ ଏବେ ୩୨ ହଜାର ୭୩ କୋଟି ଆଦାୟ କରାଯିବ । ଏହା ହୋଇ ନ ପାରିଲେ ଚୀନକୁ ଶକ୍ତ ଧକ୍କା ଲାଗିବ । ଚୀନର ଗଚ୍ଛିତ ସୁନାର ଏହା ୪ ପ୍ରତିଶତ ହେବ । ସୂଚନାଯୋଗ୍ୟ, ଆମେରିକାେ ସର୍ବାଧିକ ୮୧୩୪ ଟଦ ସୁନା ଗଚ୍ଛିତ ରହିଛି । ଷଷ୍ଠ ସ୍ଥାନରେ ଥିବା ଚୀନରେ ୧୯୪୮ ଟନ ଓ ୯ମରେ ଥିବା ଭାରତରେ ୬୪୨ ଟନ ସୁନା ରହିଛି ।

Leave A Reply

Your email address will not be published.