Latest Odisha News

BREAKING NEWS

ଗୋଟିଏ ସପ୍ତାହରେ ୧୬୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା ସୁନାଦର !

ଭୁବନେଶ୍ୱର: ଗତ ସପ୍ତାହରେ ସୁନାଦର ସର୍ବୋଚ୍ଚ ଦରରେ ପହଞ୍ଚିଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଏହା ପାଖାପାଖି ୧୬ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିବା ସୂଚନା ମିଳିଛି ।

ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଖି ପିଛୁଳାକେ ସୁନାଦର ବୃଦ୍ଧି ପାଇ ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚିଥିଲା ।

ଏହା ୧୦ ଗ୍ରାମ ପ୍ରତି ୪୧ହଜାର ୩୦୦ ଟଙ୍କା ପାର କରିଥିଲା । ପରେ ଗୋଟିଏ ସପ୍ତାହ ମଧ୍ୟରେ ସୁନାଦର ହ୍ରାସ ଘଟି ୧୦ ଗ୍ରାମ ପ୍ରତି ୩୯,୬୩୫ ଟଙ୍କାରେ ପହଞ୍ଚିଛି ।

ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରୁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେଇଥିଲା। ତୈଳ ସହ ସୁନା ଓ ଅନ୍ୟନ୍ୟ ଦର ବୃଦ୍ଧି ପାଇଥିଲା ।

Leave A Reply

Your email address will not be published.