ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାଦର କ୍ରମାଗତ ଭାବେ ବଢି ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ସୁନା ଦର ଟିକିଏ କମିବାରେ ଲାଗିଛି । ଗୋଟିଏ ସପ୍ତାହରେ ଏହା ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି ।
ସେପ୍ଟେମ୍ବର ୫ ତାରିଖରେ ଦଶଗ୍ରାମ ପ୍ରତି ୪୦,୪୭୦ ଟଙ୍କା ଥିବା ବେଳେ ସେପ୍ଟେମ୍ବର ୧୪ ତାରିଖରେ ଏହା ୩୮,୬୦୦ ଟଙ୍କାରେ ପହଞ୍ଚିଛି ।
ଗତ ବର୍ଷ ଏହି ସମୟରେ ସୁନା ଦର ୩୦-୩୧ ହଜାର ଟଙ୍କା ରହୁଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୮ ହଜାର ଟଙ୍କା ଅଧିକ ରହିଛି ।
ଆଗକୁ ଆସୁଥିବା ପାର୍ବଣ ପାଇଁ ସୁନାର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି । ଏହି ସମୟରେ ସୁନାଦର ପୁଣି ୪୦ ହଜାର ଟଙ୍କା ପାର କରିବାର ସମ୍ଭାବନା ଥିବା ଅର୍ଥନୀତିଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏବେ ସାରା ଦୁନିଆରେ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ସୁଧହାରକୁ ହ୍ରାସ କରାଯାଉଛି । ଏହାର ପ୍ରଭାବରେ ସୁନାର ଦର ଆହୁରି ହ୍ରାସ ହେବା ନେଇ ଆଶା କରାଯାଉଛି।
ସେପଟେ ଚୀନ ଓ ଆମେରିକା ମଧ୍ୟରେ ଚାଲିଥିବା ଟ୍ରେଡ଼ ୱାର ସଫଳ ନହେବ ଯାଏଁ ସୁନାଦରରେ ବିଶେଷ କିଛି ଅଧିକ ହ୍ରାସ ଘଟିବ ନାହିଁ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି।
Comments are closed.