Latest Odisha News

BREAKING NEWS

ଜାଣନ୍ତୁ, କେଉଁ ସ୍ୱପ୍ନ ଦେଖିଲେ କଣ ମିଳିଥାଏ ଫଳ !

ଭୁବନେଶ୍ୱର: ରାତିରେ ଶୋଇବା ସମୟରେ ଆମେ ପ୍ରାୟତଃ ପ୍ରତ୍ୟେକ ଦିନ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ସେଥିରୁ କିଛି ମନେ ରହେ ଆଉ କିଛି ମନେ ରାହେନା । ସ୍ୱପ୍ନ ଦେଖିବା ତ ଅତି ସାଧାରଣ କଥା। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱପ୍ନ ଦେଖିବାର ରହିଛି କିଛି ଖାସ୍ ବିଶେଷତ୍ବ ରହିଛି। ଜାଣନ୍ତୁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଦେଖୁଥିବା ଏହି ସ୍ୱପ୍ନଗୁଡ଼ିକର ଅର୍ଥ …

ସ୍ୱପ୍ନରେ ନିଜକୁ ଶ୍ବଶାନରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ, ଏହା ଆପଣଙ୍କର ଉଚ୍ଚ ପ୍ରତିଷ୍ଠାର ପ୍ରତୀକ ହୋଇଥାଏ। ଆପଣଙ୍କୁ ଜୀବନରେ ମାନ ସମ୍ମାନ ମିଳିପାରେ। ଆପଣ ଯଦି ନିଜକୁ ଦରିଦ୍ର ରୂପରେ ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଉପରେ ଧନ ବର୍ଷା ହୋଇପାରେ।

ଯଦି ଆପଣ ସ୍ୱପ୍ନରେ ଫୁଲ ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ନୂଆ ଏବଂ ଭଲ ହେବାର ସମ୍ଭାବନା ରହିଛି। ବାକି ରହିଥିବା କାମନା ପୂର୍ଣ୍ଣ ହୋଇଥାଏ।

ସ୍ୱପ୍ନରେ ଯଦି ଆମେ ନିଜର ମୃତ୍ୟୁ କିମ୍ବା ଆମର କୌଣସି ଆତ୍ମୀୟ ଲୋକଙ୍କ ମୃତ୍ୟୁ ଦେଖିଥାଉ ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଏହାର ସମ୍ପର୍କ ଆୟୁ ସହିତ ରହିଥାଏ। କୁହାଯାଉଛି ଯେ ଯେଉଁ ବ୍ୟକ୍ତିମାନେ ସ୍ୱପ୍ନରେ ନିଜ ଆତ୍ମୀୟଙ୍କ ମୃତ୍ୟୁ ଦେଖିଥାଆନ୍ତି ସେମାନଙ୍କର ଆୟୁ ବଢ଼ିଥାଏ।

ସ୍ୱପ୍ନରେ ସାପ ଦେଖିଲେ ଧନ ଦୌଲତ ବୃଦ୍ଧି ହୋଇଥାଏ। ଏହା ସହିତ ସରକାରୀ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଥାଏ।

 

Leave A Reply

Your email address will not be published.