Latest Odisha News

ପୁରୀ ସମୁଦ୍ରରେ ଭାସିଯାଉଥିବା ବଙ୍ଗୀୟ ଦମ୍ପତିଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ପୁରୀ ସମୁଦ୍ରକୂଳରେ ଗାଧୋଇବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଙ୍ଗୀୟ ଦମ୍ପତି ଦ୍ୱୟ । ଗୁରୁବାର ସକାଳେ ସମୁଦ୍ରରେ ଭାସିଯାଉଥିବାବେଳେ ବେଳାଭୂମିରେ ନିଯୁକ୍ତ ଥିବା ଲାଇଫଗାର୍ଡ ସେମାନଙ୍କ ଜୀବନ ବଂଚାଇଛନ୍ତି ।

ସୂଚନା ମୁତାବକ, ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ଚୈତନ୍ୟ ଛକ ସୁମଦ୍ରକୂଳ ଅଂଚଳରେ ସ୍ନାନ କରୁଥିବାବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ । ଏହାପରେ ସାଙ୍ଗେ ସାଙ୍ଗେ ଜଣେ ଲାଇଫଗାର୍ଡ ସମୁଦ୍ର ଭିତରକୁ ଡେଇଁ ସେମାନଙ୍କୁ ଟ୍ୟୁବ ସାହାଯ୍ୟରେ ସମୁଦ୍ରକୂଳକୁ ଆଣିଥିଲେ । ଦମ୍ପତି ଦ୍ୱୟ ହେଉଛନ୍ତି- ଗୋବିନ୍ଦ ଧାରା, ତନୁଶ୍ରୀ ଧାରା, ବାବୁଲା ମଲାକାର ଓ ଝୁମା ମଲାକାର । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

Leave A Reply

Your email address will not be published.