Latest Odisha News

ଲକ୍ଷେ ଛୁଇଁଲା ସୁନା ଦର !

ଭୁବନେଶ୍ୱର: ସୁନା ଏବଂ ରୁପା ଦର ଦିନକୁ ଦିନ ନୂଆ ରେକର୍ଡ ଛୁଇଁବାରେ ଲାଗିଛି। ଦିନକୁ ଦିନ ବଢିଚାଲିଛି ସୁନା ଦର। ଏଣିକି ଲକ୍ଷେ ଛୁଇଁଲା ସୁନା। ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି। ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି।

ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁଁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି। ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା ଛୁଇଁଛି। ଲକ୍ଷେ ଟଙ୍କା ଛୁଇଁବାକୁ ଆଉ ମାତ୍ର ୨୦୦ ଟଙ୍କା ବାକି ଅଛି। ହେଲେ ସୁନାରେ ୩ ପ୍ରତିଶତ ଜିଏସିଟି ଲାଗିବା ପରେ ଏହା ଦର ୧ ଲକ୍ଷ ୧୬୬ ଟଙ୍କା ଛୁଇଁଛି।

ଚଳିତ ବର୍ଷରେ ସୁନା ଦର ୧୦ ଗ୍ରାମ ପିଛା ୨୦ ହଜାର ୮୫୦ ଟଙ୍କା ଆର୍ଥାତ୍ ୨୬ ଦଶମିକ ୪ ପ୍ରତିଶତ ମହଙ୍ଗା ହୋଇଛି। ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା ଛୁଇଁଛି। ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୯୦ ହଜାର ୧୫୦ ଟଙ୍କା ଛୁଇଁଛି। ବିଶ୍ବର ଦୁଇ ବୃହତ ଅର୍ଥନୀତି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଯୋଗୁ ଦର ବଢୁଥିବା କୁହାଯାଉଛି।

 

Comments are closed.