Latest Odisha News

BREAKING NEWS

ବାଇକ ଧକ୍କା ପରେ ମାଡ଼ିଗଲା ଟ୍ରକ: ୩ ମୃତ, ୩ ଗୁରୁତର

କେନ୍ଦୁଝର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟ ଫ୍ଲାଏ ଓଭରରେ ଏହି ଦୁର୍ଘଟଣା ଘଟିଛି। ୨ଟି ବାଇକ୍ ମୁହାଁମୁହିଁ ଧକ୍କା ପରେ ଏହି ସମୟରେ ଏକ ଅଜଣା ଗାଡି ମାଡିଯାଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତର ୩ ଜଣ ଟାଟା ଷ୍ଟିଲ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଏଯାଏ ମୃତକଙ୍କ ପରିଚୟ ମିଳପାରିନାହିଁ। ଘଟଣା ସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୯ଟା ହେବ। ଦୁଇଟି ବାଇକରେ ୬ ଜଣ ଯାତ୍ରା କରୁଥିଲେ। ଉଭୟ ବାଇକ୍ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ପରେ ବାଇକ ଚାଳକ ଓ ଆରୋହୀ ତଳେ ପଡ଼ିଯାଇଥିଲେ। ତେବେ ଠିକ୍ ସେତିକି ବେଳେ ଏକ ଅଜଣା ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା।

ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଯୋଡ଼ା ବ୍ଲକ୍ ଜରିବାହାଲ ଅଞ୍ଚଳର ମୋହନ ମୁଣ୍ଡା ଓ ମାସୀ ମୁଣ୍ଡା ଏବଂ ଝୁମ୍ପୁରା ବ୍ଲକ୍ କୁଞ୍ଜରଡିହି ଅଞ୍ଚଳର ବିଜୟ ମୁଣ୍ଡା। ଗୁରୁତରମାନଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.