Latest Odisha News

BREAKING NEWS

ଦୁଇମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ସୁନାଦର, ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ

ନୂଆଦିଲ୍ଲୀ: ଦୀର୍ଘ ଦୁଇମାସ ହେବ କ୍ରମାଗତ ଭାବେ ଉପର-ତଳ ହେଉଛି ସୁନାଦର। ପ୍ରଥମେ ହୁହୁ ହୋଇ ଦର ବୃଦ୍ଧି ପାଇବା ପରେ, ପୁନଶ୍ଚ ଏହାର ଦର ହ୍ରାସ ଘଟିଚାଲିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଦୁଇମାସର ସର୍ବ ନିମ୍ନ ସ୍ତରରେ ଆଜି ପହଞ୍ଚିଛି ସୁନାଦର । ଶୁକ୍ରବାର ଏହିଦର ୪ଶହ ଟଙ୍କା ହ୍ରାସ ପାଇବା ସହ ପ୍ରତି ୧୦ ଗ୍ରାମକୁ ୩୮ ହଜାର ୨୭୦ ଟଙ୍କା(୨୪ କ୍ୟାରେଟ) ଦରରେ ବିକ୍ରୟ ହେଉଛି।

କେବଳ ସୁନା ନୁହେଁ ରୂପା ଗତ ୧୫ ଦିନ ମଧ୍ୟରେ ସପ୍ତାହ ପୂର୍ବର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ଏହାର ମୂଲ୍ୟରେ କେଜି ପିଛା ୧ ହଜାର ୫୩୦ ଟଙ୍କା ହ୍ରାସ ହେବା ସହ ୪୭ ହଜାର ୧୨୦ ଟଙ୍କାରେ ବିକ୍ରୟ ହେଉଛି।

Leave A Reply

Your email address will not be published.