Latest Odisha News

BREAKING NEWS

ଅଗଷ୍ଟ ୧୧ରେ ଅକ୍ଷୟ, ଅମୀର ମଧ୍ୟରେ ମୁକାବିଲା

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରକ୍ଷାବନ୍ଧନ ଅଗଷ୍ଟ ୧୧ରେ ରିଲିଜ ହେବ । ମେକର୍ସ ଏବଂ ଅକ୍ଷୟଙ୍କ ପକ୍ଷରୁ ଏ ନେଇ ଗୁରୁବାର ଘୋଷଣା କରାଯାଇଛି । ଅକ୍ଷୟଙ୍କ ସହ ଏହି ଫିଲ୍ମରେ ଭୂମି ପେଡେନକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର କାହାଣୀ ହିମାଂଶୁ ଶର୍ମା ଓ କନିକା ଢ଼ିଲ୍ଲୋଁ ଲେଖିଛନ୍ତି । ଗତ ବର୍ଷ ଅକ୍ଷୟ ଏହି ଫିଲ୍ମ ତାଙ୍କ ଭଉଣୀ ପାଇଁ ସେ ଉତ୍ସର୍ଗ କରିବେ ବୋଲି କହିଥିଲେ । ଗତ ବର୍ଷ ଅକ୍ଟୋବରରେ ଏହି ଫିଲ୍ମର ଶୁଟିଂ ଶେଷ ହୋଇଥିଲା ।

BjdElectrycity

ଖୁବ ଶୀଘ୍ର ଏହାର ଟ୍ରେଲର ରିଲଜ କରାଯିବା ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅମୀର ଖାଁଙ୍କ ବହୁ ପ୍ରତୀକ୍ଷୀତ ଲାଲ ସିଂ ଚଢ଼ା ମଧ୍ୟ ସେହି ଦିନ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଅକ୍ଷୟ ଓ ଅମୀରଙ୍କ ମଧ୍ୟରେ ହେବାକୁ ଥିବା ବକ୍ସ ଅଫିସ ମୁକାବିଲାରେ କିଏ ବାଜି ମାରୁଛି ତାହା ଦେଖିବା କଥା ।

Leave A Reply

Your email address will not be published.