ଭୁବନେଶ୍ୱର : ସରି ସରି ଆସୁଛି ବର୍ଷ ୨୦୨୨ । ଅନେକ ଆଶା ସୁନେଲି ସ୍ୱପ୍ନର ସହିତ ଆସିବ ବର୍ଷ ୨୦୨୩ । ଆସନ୍ତା ବର୍ଷରେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ । ହେଲେ ଚଳିତ ବର୍ଷ କିଛି ଏପରି ଘଟିଯାଇଛି ଯାହକୁ ନାଁ କେବେ ଭୁଲି ହେବ ନାଁ ଚାହିଁଲେ ମନରୁ ପାଶୋରି ହେବ । ସମଗ୍ର ଦେଶବାସୀଙ୍କୁ ଥରାଇ ଦେଇଛି ଏପରି କିଛି ଘଟଣା । ଆଉ ଅନେକଙ୍କ ଆଖିରେ ଭରି ଦେଇଛି ଲୁହ । ଅକାଳରେ ଚାଲିଯାଇଥିଲା ଅନେକଙ୍କ ଜୀବନ । ପ୍ରେମ-ଧୋକା-ପ୍ରତାରଣାର ଯନ୍ତ୍ରଣାକୁ ସହ୍ୟ କରିନପାରି ଶେଷରେ ମୃତ୍ୟୁର ରାସ୍ତା ବାଛିଥିଲେ । ଅଧିକାଂଶ ଯୁବପିଢ଼ି ନିଜ ମୃତ୍ୟୁର କାହାଣୀ ନିଜେ ଲେଖିଥିଲେ । ଏମିତି ଆତ୍ମହତ୍ୟାର ରହସ୍ୟ କିଛି ପଦାକୁ ଆସିଥିବା ବେଳେ ଆଉ କିଛି ତଦନ୍ତରେ ବାଟବଣା ହୋଇ ପୋଲିସ ଫାଇଲ ତଳେ ଚାପି ହୋଇ ରହିଛି । ଏମିତି କିଛି ମୃତ୍ୟୁ ଘଟଣା ଥିଲା ଯାହା ଆଜି ପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିପାରି ନଥିବା ବେଳେ ଆଜି ବି ରହସ୍ୟ ଘେରରେ ରହିଛି । ତେବେ ଏଭଳି କିଛି ଘଟଣାକ୍ରମ ଉପରେ ଆସନ୍ତୁ ନଜର ପକାଇବା….
କଣ୍ଠଶିଳ୍ପୀ ପ୍ରେମିକାଙ୍କ ଧୋକା ସହିପାରିନଥିଲେ ଶେଷରେ ଜୀବନ ହାରିଥିଲେ ସୌମ୍ୟ
ଜାନୁଆରୀ ୩୧ ତାରିଖରେ ଆତ୍ମହତ୍ୟା କରିଥିଲେ ସୌମ୍ୟ । ଯବାନ୍ ପୁଅର ମୃତ୍ୟୁ ଦେଖି ହତ୍ବାକ୍ ହୋଇଯାଇଥିଲେ ପରିବାର ଲୋକେ । ଆଉ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୂରା କଲୋନୀ । ସୌମ୍ୟଙ୍କ ମୃତଦେହ ପାଖରୁ ମିଳିଥିଲା ସୌମ୍ୟଙ୍କ ହାତ ଲେଖା ସୁଇସାଇଡାଲ ନୋଟ୍ । ଯେଉଁଥିରେ ଲେଖା ଥିଲା ପ୍ରେମିକାଙ୍କ ଦାମିକା ଡିମାଣ୍ଡ ଯୋଗୁଁ ସେ ମୃତ୍ୟୁର ରାସ୍ତାକୁ ଆପଣେଇଛନ୍ତି । ସୌମ୍ୟଙ୍କ ପ୍ରେମିକା ହେଉଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ସୋନାଲୀ ନନ୍ଦ । ଏହି ମାମଲାରେ ସୋନାଲି ଆଉ ତା ମା ପୋଲିସ ଜାଲରେ ଛନ୍ଦି ହୋଇପଡ଼ିଥିଲେ ।
ପ୍ରେମରେ ପ୍ରତାରଣା ପାଇ ଜୀବନ ହାରିଥିଲେ ରଶ୍ମୀରେଖା
ଜୁନ ୨୦ରେ ଭୁବନେଶ୍ୱର ଭଡ଼ାଘରୁ ଉଦ୍ଧାର ହୋଇଥିଲା ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ । ଯାହା ଓଡ଼ିଆ ଟେଲି ଦୁନିଆକୁ ଏ ଶକ୍ତ ଝଟ୍କା ଦେଇଥିଲା । ରଶ୍ମିରେଖାଙ୍କ ମୃତ ଦେହ ପାଖରୁ ପୋଲିସ ହାତରେ ଲାଗିଥିଲା ଏକ ନୋଟ୍ । ଯେଉଁଥିରେ ରଶ୍ମି ଲେଖିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ତେବେ ସେ କାହିଁକି ମୃତ୍ୟୁର ବାଟକୁ ଆପଣେଇଥିଲେ ସେନେଇ ଅନେକ ପ୍ରଶ୍ନ ଉଠିଥିଲା । ପୋଲିସ ତଦନ୍ତ ମଧ୍ୟ ଜାରି କରିଥିଲା । ଆଉ ସାମ୍ନାକୁ ଆସିଥିଲା ଅନେକ ତଥ୍ୟ । ଜଣାପଡ଼ିଥିଲା ଯେ ରଶ୍ମି ଜଗତସିଂହପୁରର ଝିଅ ହୋଇଥିବା ବେଳେ ଭୁବନେଶ୍ୱରର ବୋହୂ । ତେବେ ରଶ୍ମିଙ୍କ ମୃତ୍ୟୁକୁ ନେଇ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ସୁରାକ୍ ପାଇଥିଲା ପୋଲିସ । ତେଣୁ ସନ୍ତୋଷ ପାତ୍ରଙ୍କୁ ପୋଲିସ ବାରମ୍ବାର ଜେରା କରୁଥିଲା । ଏହି ଘଟଣାର କିଛିଦିନ ପରେ ରାଉରକେଲା ସ୍ଥିତ ବାସନ୍ତୀ କଲୋନୀରେ ସନ୍ତୋଷ ମଧ୍ୟ ଜୀବନ ହାରିଥିଲେ । ପରେ ପ୍ରେମିକଙ୍କ ଧୋକା ପାଇ ରଶ୍ମିର ଜୀବନ ହାରିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।
ଧୋକା ଦେଲା ପ୍ରତାରକ ପ୍ରେମିକ, ଲେଡି ସପ୍ଟଓ୍ୱେର ଇଞ୍ଜିନିୟର ହାରିଥିଲେ ଜୀବନ
ଚଳିତ ଅଗଷ୍ଟ ମାସରେ ଲେଡି ସପ୍ଟଓ୍ୱେର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ପ୍ରେମିକ ସୌମ୍ୟଜିତ୍ ବ୍ଲାକ୍ମେଲ ଓ ପ୍ରତାରଣା ଘଟଣା ସାମ୍ନାକୁ ଆସିଥିଲା । ପରିବାର ଲୋକେ ସୌମ୍ୟଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ । ଏହି ଘଟଣାର ତଦନ୍ତ କରି ସୌମ୍ୟଙ୍କୁ ଜେରା କରିଥିଲା ପୋଲିସ ।
ବ୍ଲାକମେଲ କରୁଥିଲା ପୂର୍ବତନ ପ୍ରେମିକ, ସହିନପାରି ନେଇଥିଲେ ଚରମ ନିଷ୍ପତ୍ତି
ବିବାହ ପୂର୍ବରୁ ଅକ୍ଟୋବର ୧୬ ତାରିଖରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର । ତାଙ୍କ ମୃତ୍ୟୁ ଘଟଣା ଟେଲି ଦୁନିଆରେ ଦେଖିବାକୁ ମିଳିଥିଲା ଶୋକର ଛାୟା । ଏ ରିସ୍ତା କ୍ୟା କେହଲାତା ହୈ, ସସୁରାଲ ସିମର କି ପରି ଅନେକ ଟେଲି ସିରିୟଲରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରାଉଥିଲେ ଅଭିନେତ୍ରୀ ବୈଶାଳୀ ଠକ୍କର । ତାଙ୍କ ମୃତ ଦେହ ନିକଟରୁ ପୋଲିସ ଜବତ କରିଥିଲା ସୁଇସାଇଡାଲ ନୋଟ୍ । ଯେଉଁଥିରେ ପ୍ରେମିକ ରାହୁଲ ବୈଶାଳୀ ଠକ୍କରଙ୍କୁ ଶୋଷଣ କରୁଥିବା କଥା ଉଲ୍ଲେଖ ହୋଇଥିଲା । ପରେ ପୋଲିସ ଏହାର ତଦନ୍ତ ଚଳାଇଥିଲା । ଚଳିତ ବର୍ଷ ଏମାନଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରତ୍ୟେକଙ୍କ ମନରେ ଗଭୀର ଆଘାତ ଦେଇଥିଲା ।
Comments are closed.