Latest Odisha News

BREAKING NEWS

ନ୍ୟୁୟର୍କରେ ବମ୍ବ ସାଇକ୍ଲୋନ: ମାଇନସ ୪୫ ଡିଗ୍ରୀକୁ ଖସିଲା ତାପମାତ୍ରା

ଶିକାଗୋ: ଆମେରିକାରେ ବଡ ସମସ୍ୟା ସୃଷ୍ଟି କରୁଛି ବମ୍ବ ସାଇକ୍ଲୋନ । ରାସ୍ତାଘାଟ ଏବେ ଶୂନଶାନ । ତୁଷାର ଝଡକୁ ହ୍ରାସ ତାପମାତ୍ରା ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଶନିବାର ଏ ନେଇ ନ୍ୟୁୟର୍କରେ ଏର୍ମଜେନ୍ସି ଘୋଷଣା କରାଯାଇଛି । ପଶ୍ଚିମ ମୋଂଟାନା ରାଜ୍ୟରେ ତାପମାତ୍ରା ମାଇନସ ୪୫ ଡିଗ୍ରୀକୁ ଖସି ଆସିଛି । ଡେସ ମୋଇନେସ ଓ ଆଇୱା ଭଳି ସ୍ଥାନରେ ଏହା ମାଇନସ ୩୭ ଡିଗ୍ରୀକୁ ଖସି ଆସିଛି । ପ୍ରବଳ ତୁଷାର ଝଡ ଯୋଗୁ ଏ ପର୍ଯ୍ୟନ୍ତ ୩ ହଜାରରୁ ଊର୍ଦ୍ଧ୍ୱ ବିମାନ ବାତିଲ କରାଯାଇଛି । ଥଣ୍ଡା ପବନ ଯୋଗୁ ଲକ୍ଷ ଲକ୍ଷ ଲୋକ ଘରୁ ବାହାରି ପାରୁ ନାହାନ୍ତି । ଥଣ୍ଡା ଯୋଗୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିଲେ ମଧ୍ୟ ଏହା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାର ଘଟଣା ମଧ୍ୟ ସମ୍ମୁଖକୁ ଆସିଛି । ଅଘରୁ ନ ବାହାରିବା ପାଇଁ ଏବଂ ସତର୍କ ରହିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଆକସ୍ମିକ ଭାବେ ତାପମାତ୍ରା କମିବାକୁ ବମ୍ବ ସାଇକ୍ଲେନ କୁହାଯାଏ । ଶୀତ ପ୍ରବଳ ସ୍ଥାନଗୁଡିକରେ ଏ ଭଳି ଘଟଣା ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.