Latest Odisha News

BREAKING NEWS

ଗୋଆରେ କିପରି ପାଳିତ ହୁଏ ଗୁଡ୍ ଫ୍ରାଇଡ଼େ…

ପାନାଜୀ: ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଗୋଆରେ ପର୍ତ୍ତୃଗୀଜ ଔପନିବେଶମାନେ ରହିଆସୁଥିଲେ । ଗୋଆକୁ ଏହି ପର୍ତ୍ତୃଗୀଜମାନେ ଅନେକ ଦିନ ଧରି ଶାସନ କରିଆସୁଥିଲେ । ଏବେ ମଧ୍ୟ ଗୋଆରେ ବହୁସଂଖ୍ୟାରେ ପର୍ତ୍ତୃଗୀଜମାନେ ବାସ କରୁଥିବା ସହିତ ସେଠାରେ ସ୍ୱାଭାବିକ ଭାବେ ଖ୍ରୀଷ୍ଟଧର୍ମର ସମସ୍ତ ପର୍ବ ପର୍ବାଣୀ ପାଳନ କରିଥାଆନ୍ତି । ଗୋଆରେ ଖ୍ରୀଷ୍ଟମାସ ବହୁ ଜାକଜମକରେ ପାଳନ କରାଯାଇଥାଏ । ଗୁଡ୍ ଫ୍ରାଇଡ଼େ ପର୍ବକୁ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ସମସ୍ତ ଭାଇ ଭଉଣୀମାନେ ଅତ୍ୟନ୍ତ ଭକ୍ତି ସହକାରରେ ପାଳନ କରୁଥିବାର ଦେଖାଯାଇଥାଏ ।

ଗୋଆରେ ରହିଛି ଅନେକ ପୁରାତନ କ୍ୟାଥୋଲିକ୍ ଚର୍ଚ୍ଚ । ଗୋଆକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକମାନେ ଏହିସବୁ ପୁରାତନ ସୁନ୍ଦର ଚର୍ଚ୍ଚଗୁଡ଼ିକୁ ପରିଦର୍ଶନ କରିଥାଆନ୍ତି । ଗୋଆରେ ଯେଉଁସବୁ ପ୍ରସିଦ୍ଧ ଚର୍ଚ୍ଚ ଗୁଡ଼ିକ ରହିଛି ସେଥିମଧ୍ୟରେ ବାସିଲିକା ଅଫ ବମ୍ ଯିଶସ୍ ଚର୍ଚ୍ଚ, ସେ କ୍ୟାଥେଡ୍ରାଲ୍ ଚର୍ଚ୍ଚ, ଚର୍ଚ୍ଚ ଅଫ ସେଣ୍ଟଫ୍ରାନସିସ ଅଫ ଆସିସି, ଚର୍ଚ୍ଚ ଅଫ ଆୱାର ଲେଡ଼ି ଅଫ ଦି ଇମାକ୍ୟୁଲେଟ୍ କନସେପସନ, ଚର୍ଚ୍ଚ ଅଫ ସେଣ୍ଟ୍ କାଜେସ୍ତାନ ଏବଂ ଚ୍ୟାପେଲ୍ ଅଫ ସେଣ୍ଟ୍ କ୍ୟାଥେରାଇନ ଚର୍ଚ୍ଚ ପ୍ରଭୃତି । ଗୋଆରେ ଦେଖିବାକୁ ଗଲେ ୨୫ଟିରୁ ଅଧିକ ପୁରାତନ ଐତିହ୍ୟ ସମ୍ପନ୍ନ ଚର୍ଚ୍ଚ ରହିଛି ।

ଏହିସବୁ ଚର୍ଚ୍ଚ ଗୁଡ଼ିକରେ ଗୁଡ଼ ଫ୍ରାଇଡ଼େ ଅତ୍ୟନ୍ତ ଭକ୍ତି ସହକାରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପାଳନ କରିଥାଆନ୍ତି । ସାଧାରଣତଃ ଏହି ଦିବସରେ ଶ୍ରଦ୍ଧାଳୁମାନେ ମାଂସାହାର କରନ୍ତି ନାହିଁ । ଏହି ପବିତ୍ର ଦିବସରେ ଖ୍ରୀଷ୍ଟିଆନ୍ ଭାଇ ଓ ଭଉଣୀମାନେ ଗୋଟିଏ ଥର ଭୋଜନ କରନ୍ତି ବା ଅଧା ଅଧା କରି ଦୁଇଥର ସ୍ୱଳ୍ପ ଭୋଜନ କରିବାକୁ ପସନ୍ଦ କରିଥାଆନ୍ତି । ଗୁଡ୍ ଫ୍ରାଇଡ଼େ ଦିନ ସମସ୍ତ ଚର୍ଚ୍ଚ ଗୁଡ଼ିକରେ ୩୩ ଥର ବେଲ୍ ବଜାଇବାର ପ୍ରଥା ରହିଛି ।

Comments are closed.