Latest Odisha News

BREAKING NEWS

ଗୁଡ୍ ଫ୍ରାଇଡେ ସମ୍ପର୍କରେ ଜାଣନ୍ତୁ କିଛି…

ଭୁବନେଶ୍ୱର: ଚଳିତ ଥର ଗୁଡ ଫ୍ରାଇଡେ ଏପ୍ରିଲ୍ ୧୦ ତାରିଖରେ ପଡୁଛି। କେତେକ ସ୍ଥାନରେ ଏହାକୁ ବ୍ଲାକ ଫ୍ରାଇଡେ ଓ ଆଉ କେତେକ ସ୍ଥାନରେ ଗୁଡ ଫ୍ରାଇଡେ ବୋଲି କୁହାଯାଇଥାଏ।

ଇଷ୍ଟର୍ ର ଗୋଟିଏ ଦିନ ପୂର୍ବରୁ ଏହା ପାଳନ କରାଯାଇଥାଏ। ଏହି ଦିନରେ ଶ୍ରଦ୍ଧାଳୁମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଇ ପ୍ରାର୍ଥନା କରନ୍ତି। ଏପରିକି ଗୁଡ ଫ୍ରାଇଡେ ଦିନ ଲୋକମାନେ ଆମିଷ ନଖାଇ ପାରମ୍ପରିକ ଖାଦ୍ୟ ଖାଇଥାନ୍ତି।

ଖ୍ରୀଷ୍ଟଧର୍ମାବଲମ୍ବୀ ଙ୍କ ଅନୁଯାୟୀ ମୃତ୍ୟୁ ପରେ ପ୍ରଭୁ ଯୀଶୁ ପୁନର୍ବାର ଜନ୍ମ ଗ୍ରହଣ କରିଥିଲେ। ଯେଉଁଥିପାଇଁ ଏହି ଦିନକୁ ଗୁଡ ଫ୍ରାଇଡେ କୁହାଯାଇଥାଏ। ଏପରିକି ଏହି ଦିନରେ ଚର୍ଚ୍ଚରେ ଘଣ୍ଟି ବଜାଯାଇନଥାଏ ବର୍ଂ ସ୍ଵତନ୍ତ୍ର ପ୍ରାର୍ଥନା କରାଯାଇଥାଏ।

ଗୁଡ୍ ଫ୍ରାଇଡେ୍ ପାଳନର ଲକ୍ଷ୍ଯ-

ଖ୍ରୀଷ୍ଟଧର୍ମ ପରମ୍ପରାରେ ଇଷ୍ଟର୍ ରବିବାର ପୂର୍ବବର୍ତ୍ତୀ ଶୁକ୍ରବାର ଦିନକୁ ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଭାବେ ପାଳନ କରାଯାଇଥାଏ । ଆହୁରି ମଧ୍ୟ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମତରେ ଏହି ଦିନ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ତିରୋଧାନ ହୋଇଥବଲା । ପ୍ରଭୁଙ୍କ ସେହି ତୀରୋଧାନ ଦିବସକୁ ସ୍ମରଣ କରିବା ଏହି ପବିତ୍ର ଦିବସର ମୁଖ୍ୟ ଲକ୍ଷ୍ୟ ।

Leave A Reply

Your email address will not be published.