ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି । ପୁଣି କମିଲା ସୁନା ଦର । ଜୁନ୍ ୯ ତାରିଖ ଅର୍ଥାତ୍ ସୋମବାର ସୁନା ଦରରେ ହ୍ରାସ ହୋଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ଗତକାଲି ୯୭ ହଜାର ୯୭୦ ଟଙ୍କା ଥିବାବେଳେ ଆଜି ତାହା ହ୍ରାସ ପାଇ ୯୭ ହଜାର ୬୯୦ ଟଙ୍କା ରହିଛି । ତେବେ ଏଥିରେ ମୋଟ ୨୮୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ହ୍ରାସ ପାଇ ୮୯ ହଜାର ୫୫୦ ଟଙ୍କା ରହିଛି । ଗତକାଲି ୮୯ ହଜାର ୮୦୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ କୁ ୭୩ ହଜାର ୨୭୦ ଟଙ୍କା ରହିଛି । ଗତକାଲି ଏହା ୭୩ ହଜାର ୪୮୦ ଟଙ୍କା ଥିଲା । ଏଥିରେ ୨୧୦ ଟଙ୍କା ହ୍ରାସ ହୋଇଛି ।
ସେହପରି ରୁପା ଦାମ୍ ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୧ ହଜାର ୮୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୧ ହଜାର ୮୦୦ ଥିଲା ।
Comments are closed.