Latest Odisha News

BREAKING NEWS

ଭୁବନେଶ୍ବରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ୨ଟି ଟ୍ରେନ୍‌ ବାତିଲ, ବଦଳିଲା ୬ଟି ଟ୍ରେନ୍‌ର ଯାତାୟାତ ସମୟ

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ରାତି ୧ଟା ୩୫ରେ ଲାଇନ୍‌ଚ୍ୟୁତ ହେବା ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି। ରେଳଧାରଣାରୁ ୮ ବଗି ଖସିପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି। ପୂର୍ବତନ ରେଳପଥ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି।

ବର୍ତ୍ତମାନ ଉଭୟ ଡାଉନ୍‌ ଓ ଅପ୍‌ ଲାଇନ୍‌ରେ ପୁଣି ଚଳାଚଳ ଆରମ୍ଭ ହୋଇଛି। ତେବେ ଏହି ଘଟଣାରେ ୨ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୬ଟି ଟ୍ରେନ୍‌ର ଯାତାୟାତ ସମୟ ବଦଳିଛି। ଏହି ଘଟଣା ପର ଠାରୁ ସବୁ ଟ୍ରେନ୍‌ ଭୁବନେଶ୍ବରରୁ କଟକ ଅଭିମୁଖେ ଓ କଟକରୁ ଭୁବନେଶ୍ବର ଅଭିମୁଖେ ଟ୍ରେନ୍‌ ଚଳାଚଳ ଠପ ହୋଇଯାଇଛି। ଆଜି ପାଇଁ ପଲାସା-କଟକ, ପୁରୀ-କଟକ ପାସେଞ୍ଜର ବାତିଲ କରାଯାଇଛି।

ଲଗାତାର କିଛି ଦିନ ହେଲା ଟ୍ରେନ୍‌ଗୁଡ଼ିକ ଲାଇନଚ୍ୟୁତ ହେଉଥିବା ନେଇ ଏକ ବଡ଼ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାତିରୁ କାମ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହେଲା ପରେ ଟ୍ରେନ୍‌ ଚାଳଚଳ ସ୍ବାଭାବିକ ହୋଇ ପାରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

Comments are closed.