Latest Odisha News

ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ବର: ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

କଟକ ଅଭିମୁଖେ ଯାଉଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏହାର ମରାମତି ଜାରି ରହିଛି। ଉକ୍ତ ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି

ପୂର୍ବତଟ ରେଳବାଇ (ECoR) ଅନୁଯାୟୀ, ଶୁକ୍ରବାର ସକାଳ ୮.୪୦ ସମୟରେ ଭୁବନେଶ୍ୱର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ଅନ୍ୟ ପାସେଞ୍ଜର ଟ୍ରେନ ଚଳାଚଳରେ କୌଣସି ପ୍ରଭାବିତ ହେବ ନାହିଁ ବୋଲି ସୂଚନା ଦେଇଛି ପୂର୍ବତଟ ରେଳବାଇ।

Comments are closed.