Latest Odisha News

BREAKING NEWS

ଭାରତରେ ‘ଟିକଟକ୍’ ଆପ୍ ବନ୍ଦ କଲା ଗୁଗୁଲ୍

ନୂଆଦିଲ୍ଲୀ : ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଭାରତରେ ଚୀନ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଇନଲୋଡ କରିପାରିବେ ନାହିଁ ।

ଚୀନର ‘ବାଇଟେଣ୍ଡାନସ୍ ଟେକନୋଲଜି’ର ଅନୁରୋଧକୁ ମାଡ୍ରାସ୍ ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ଗୁଗଲ ଏଭଳି ପଦକ୍ଷେପ ନେଇଛି ।

ଭାରତୀୟ ବଜାରରେ ଚୀନ୍ ଆପ୍ ଟିକଟକର ବହୁଳ ବ୍ୟବହାର କରାଯାଉଥିବାବେଳେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଏହାର ବଜାର ପ୍ରଭାବିତ ହେବ ବୋଲି ଅନୁମାନ କରଯାଉଛି ।

ୟୁଜର୍ସଙ୍କୁ ହିଂସାତ୍ମକ କରିବା ତଥା ଅଶ୍ଲୀଳ ଏବଂ ଅନାବଶ୍ୟକ ସମାଗ୍ରୀ ରହିଥିବା ଦର୍ଶାଇ ‘ଟିକ୍ଟକ୍’ ନିଷିଦ୍ଧ କରିବାକୁ ଏପ୍ରିଲ୍ ୩ ତାରିଖ ଦିନ ମାଡ୍ରାସ୍ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ।÷ ଆହୁରି ମଧ୍ୟ ଏନେଇ ଜଣେ ବ୍ୟକ୍ତି ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର କରିଥିଲେ।

କେନ୍ଦ୍ର ସରକାର ଅଦାଲତଙ୍କ ଆଦେଶ ମାନିବାକୁ ଆପଲ୍ ଓ ଗୁଗଲକୁ ଏକ ଚିଠି ଜାରି କରିଥିଲେ। ପରବର୍ତ୍ତୀ ସମୟରେ ମଙ୍ଗଳବାର ବିଳମ୍ବିତ ରାତି ଯାଏଁ ଆପଲରେ ଟିକଟକ୍ ଆପ୍ ଉପଲବ୍ଧ ରହିଥିଲାବେଳେ ଗୁଗଲ୍ ପ୍ଲେ ଷ୍ଟୋରରେ ତାହା ଉପଲବ୍ଧ ନଥିବା ଜଣାପଡିଛି।

Leave A Reply

Your email address will not be published.