ନୂଆଦିଲ୍ଲୀ: AI ୟୁଜରଙ୍କ ପାଇଁ ଏକ ସହାୟକ ପାଲଟିଛି, ଯାହା ୟୁଜରଙ୍କ କାର୍ଯ୍ୟଗୁଡ଼ିକୁ ମଧ୍ୟ ସିଡ୍ୟୁଲଡ୍ କରିପାରିବ। Google ର AI ଆପ୍ Gemini ରେ ସମାନ ଏକ ଫିଚର ଯୋଡାଯାଇଛି, ଯାହାକୁ Schedule Actions କୁହାଯାଏ। ଗୁଗଲ୍ର AI ଆସିଷ୍ଟାଣ୍ଟ ଜେମିନି ଏପରି ଏକ ନୂଆ ଫିଚର ଆଣିଛି, ସେହି ଫିଚର ଆପଣଙ୍କ ଭବିଷ୍ୟତର କାମକୁ ସ୍ବୟଂଚାଳିତ ଭାବରେ କରିପାରିବ । ଏହି ଫିଚରର ନାଁ ହେଉଛି ସିଡ୍ୟୁଲଡ୍ ଆକ୍ସନ୍ସ ଫିଚର ।
ଯଦି ଆପଣ OpenAIର ChatGPT ବ୍ୟବହାର କରୁଛନ୍ତି, ତେବେ ଆପଣ ଏହାର Schedule Tasks ଫିଚର ବିଷୟରେ ଅବଗତ ଥିବେ । ଏବେ ଜେମିନ ବ୍ୟବହାରକାରୀଙ୍କୁ ସେହି ସମାନ ସୁବିଧା ପ୍ରଦାନ କରେ। ଏବେ Google Geminiରେ ChatGPTର Schedule Tasks ପରି ଏକ ଫିଚର ମଧ୍ୟ ଅନ୍ତର୍ଭୁକ୍ତ କରିଛି, ଯାହାକୁ Schedule Actions କୁହାଯାଏ।
ଗୁଗୁଲ୍ ଜେମିନିରେ ଥିବା ଏହି ନୂତନ ଫିଚର ସାହାଯ୍ୟରେ, ଆପଣ ଜେମିନିକୁ ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ତାରିଖରେ କିମ୍ବା କୌଣସି ଘଟଣା ପରେ ସ୍ୱୟଂଚାଳିତ ଭାବରେ କିଛି କାମ କରିବାକୁ କହିପାରିବେ।
ଉଦାହରଣ ସ୍ବରୂପ, ଆପଣ ଜେମିନିର ସିଡ୍ୟୁଲ୍ ଆକ୍ସନ୍ ଫିଚରକୁ ଆପଣଙ୍କୁ ପ୍ରତିଦିନ ସକାଳ ଖବର କହିବାକୁ, ଆପଣଙ୍କ ଦିନର ଯୋଜନା ବିଷୟରେ ପଚାରିବାକୁ କିମ୍ବା ଆପଣ ପଢ଼ିନଥିବା ଇମେଲର ସାରାଂଶ କହିବାକୁ ନିର୍ଦ୍ଦେଶ ଦେବାକୁ କହିପାରିବେ ।
ଏହି ଫିଚର ସାହାଯ୍ୟରେ, ୟୁଜରଙ୍କ ଦୈନନ୍ଦିନ କାମ କେବଳ ସହଜ ହେବ ନାହିଁ, ବରଂ ସେମାନେ ବହୁତ ସମୟ ବଞ୍ଚାଇ ପାରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଭୁଲିଯିବା ସମସ୍ୟାରୁ ହେଉଥିବା କ୍ଷତିକୁ ମଧ୍ୟ ଏଡାଇ ପାରିବେ।
ଗୁଗୁଲ ଜେମିନିର ଏହି ନୂତନ ଫିଚରକୁ ବ୍ୟବହାର କରିବା ପାଇଁ, ଆପ୍ ଭିତରେ ଥିବା ସେଟିଂସରେ ଏକ ନୂତନ “ସିଡ୍ୟୁଲ୍ଡ୍ ଆକ୍ସନ୍” ପେଜ୍ ପ୍ରଦାନ କରିଛି, ଯାହା ମାଧ୍ୟମରେ ବ୍ୟବହାରକାରୀମାନେ ସେମାନଙ୍କର ଭବିଷ୍ୟତ କାର୍ଯ୍ୟଗୁଡ଼ିକୁ ସିଡ୍ୟୁଲ୍ କରିପାରିବେ ଏବଂ ନିଜକୁ ଟେନସନ୍ ମୁକ୍ତ କରିପାରିବେ।
ଗୁଗୁଲ୍ ଏହି ଫିଚରକୁ କେବଳ ଗୁଗୁଲ୍ ଏଆଇ ପ୍ରୋ କିମ୍ବା ଅଲ୍ଟ୍ରା ସବସ୍କ୍ରିପସନ୍ ଥିବା ବ୍ୟବହାରକାରୀ ଏବଂ ସ୍ୱତନ୍ତ୍ର ଗୁଗୁଲ୍ ୱାର୍କସ୍ପେସ୍ ବ୍ୟବସାୟ , ଶିକ୍ଷା ଯୋଜନା ଥିବା ବ୍ୟବହାରକାରୀଙ୍କ ପାଇଁ ଆରମ୍ଭ କରିଛି।
ତେବେ ଜେମିନିର ସିଡ୍ୟୁଲ୍ ଆକ୍ସନ୍ ଫିଚର୍ ମାଗଣା ୟୁଜରଙ୍କ ପାଇଁ କେବେ ଉପଲବ୍ଧ ହେବ ସେ ବିଷୟରେ ସୂଚନା ଦେଇନାହିଁ ।
Comments are closed.