Latest Odisha News

BREAKING NEWS

ଟଙ୍କା ଚୋରି କରୁଥିବା ୩୪ଟି ଆପ୍‌କୁ ପ୍ଲେ ଷ୍ଟୋର୍‌ରୁ ହଟାଇବ ଗୁଗୁଲ୍

ନୂଆଦିଲ୍ଲୀ: ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ କେତେକ ଅବାଞ୍ଛିତ ଆପ୍‌ଗୁଡ଼ିକୁ ହଟାଇବାକୁ ଯାଉଛି। କାରଣ ଏହା ଆପଣଙ୍କ ଫୋନ୍‌କୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।

ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ପ୍ରାୟ ୩୪ଟି ଆପ୍‌କୁ ହଟାଇବାକୁ ଯାଉଛି। ଏହି ୩୪ଟି ଆପ୍‌ ‘ଜୋକର୍‌ ମାଲ୍‌ୱେର୍‌’ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବ୍ୟବହାରକାରୀଙ୍କ ଫୋନ୍‌ରେ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଚୋରି କରିବା ପାଇଁ ଜୋକର୍‌ ମାଲୱେର ଭଳି ଏକ ସଫ୍ଟୱେୟାର୍‌ ବ୍ୟବହାର କରାଯାଉଛି।

ଏହାକୁ କାଲିଫର୍ଣ୍ଣିାର ସାଇବର୍‌ ସିକ୍ୟୁରିଟି ଫାର୍ମ ଜେଷ୍କାଲର୍‌ ଦ୍ବାରା ଆବିଷ୍କାର କରାଯାଇଥିଲା। ତେବେ ଜୋକର୍‌ ମାଲୱେର୍‌ ଦ୍ବାରା ପ୍ରଭାବିତ ଆପ୍‌ଗୁଡ଼ିକର ପ୍ରାରମ୍ଭିକ ତାଲିକା ଗୁଗୁଲ୍‌ ପ୍ରକାଶ କରିଛି।

ଗୁଗୁଲ୍‌ର କଡ଼ା ସୁରକ୍ଷା ସତ୍ତ୍ବେ ଜୋକର୍‌ ମାଲ୍‌ୱେର୍‌ ‘ଡ୍ରପର୍‌’ ନାମକ ଏକ କୌଶଳ ବ୍ୟବହାର କରି ଏହାକୁ ପ୍ଲେ ଷ୍ଟୋର୍‌ରେ ବଜାୟ ରଖିବାରେ ସଫଳ ହୋଇପାରିଛି। ଏହାଦ୍ବାରା ବ୍ୟବହାରକାରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ବିପଦରେ ଥାଇପାରେ ଅନୁମାନ କରାଯାଉଛି।

ତେବେ ଗୁଗୁଲ୍‌ ଏଥିପାଇଁ କଡା ପଦକ୍ଷେପ ନେବା ସହିତ ପ୍ରଭ‌ାବିତ ଆପ୍‌ଗୁଡିକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛି। ଜାଣି ନିଅନ୍ତୁ ଏହି ଆପ୍‌ଗୁଡ଼ିକ କଣ

1. All Good PDF Scanner
2. Mint Leaf Message-Your Private Message

3. Unique Keyboard Fancy Fonts & Free Emoticons
4. Tangram App Lock
5. Direct Messenger
6. Private SMS
7. One Sentence Translator Multifunctional Translator
8. Style Photo Collage
9. Meticulous Scanner
10. Desire Translate11. Talent Photo Editor Blur focus
12. Care Message
13. Part Message
14. Paper Doc Scanner
15. Blue Scanner
16. Hummingbird PDF Converter Photo to PDF
17. All Good PDF Scanner
18. com.imagecompress.android
19. com.relax.relaxation.androidsms
20. com.file.recovefiles21. com.training.memorygame
22. Push Message- Texting & SMS
23. Fingertip GameBox
24. com.contact.withme.texts
25. com.cheery.message.sendsms (two different instances)
26. com.LPlocker.lockapps
27. Safety AppLock
28. Emoji Wallpaper
29. com.hmvoice.friendsms
30. com.peason.lovinglovemessage
31. com.remindme.alram

32. Convenient Scanner 2
33. Separate Doc Scanner

Leave A Reply

Your email address will not be published.