Latest Odisha News

BREAKING NEWS

ନୂଆ ଖବର ଦେଇ ଚମକାଇଲେ କଙ୍ଗନା ରଣାୱତ !

ତାମିଲନାଡୁ: ଗ୍ୟାଙ୍ଗଷ୍ଟର ଗାର୍ଲ କଙ୍ଗନା ପଙ୍ଗା ନେବାକୁ ଆଦୌ ପଛଘୁଂଚା ଦିଅନ୍ତି ନାହିଁ । ସେ ମହାରାଷ୍ଟ୍ର ସରକାର ହୁଅନ୍ତୁ ଅବା ବିରୋଧୀ ବଲିଉଡ ଗୋଷ୍ଠୀ । ଠିକଣା ସମୟରେ ଜବାବ ଦେବା ତାଙ୍କୁ ବେଶ ଭଲ ଭାବେ ଜଣା ।

ସୁଶାନ୍ତଙ୍କ ମାମଲାରେ ରୋକଠୋକ ମନୋଭାବ ଓ ତାଙ୍କ ଅଫିସ୍ ଭଙ୍ଗାଯିବା ଭଳି ଘଟଣା ମଧ୍ୟରେ ବି କଙ୍ଗନା କର୍ମକ୍ଷେତ୍ରକୁ ଫେରିଛନ୍ତି । ଆରମ୍ଭ କରିଛନ୍ତି ତାଙ୍କ ଅପକମିଂ ଫିଲ୍ମ ଥଲାଇଭିର ସୁଟିଂ । ଏ ନେଇ ଖୋଦ କଙ୍ଗନା ସୋସିଆଲ ମିଡିଆରେ ଏକ ଫଟୋ ବି ସେୟାର କରିଛନ୍ତି । ଯେଉଁଥିରେ ସେ ସୁଟିଂ ସେଟ୍‌ରେ ନିର୍ଦ୍ଦେଶକ ଏ.ଏଲ୍ ବିଜୟଙ୍କ ସହ କିଛି ଚର୍ଚ୍ଚା କରିବାରେ ନଜର ଆସିଛନ୍ତି ।

ଲକ୍‌ଡାଉନ୍ ବ୍ରେକ ପରେ ସୁଟିଂ ସେଟ୍‌କୁ ଫେରିଥିବା କଙ୍ଗନା ଫୁଲ୍ ସ୍ପିଡରେ କାମରେ ବ୍ୟସ୍ତ ଅଛନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜୟଲଳିତାଙ୍କ ଉପରେ ଆଧାରିତ ଏହି ବାୟୋପିକ ତାମିଲ, ତେଲୁଗୁ ଓ ହିନ୍ଦୀ ଭର୍ସନରେ ରିଲିଜ ହେବ । କଙ୍ଗନାଙ୍କୁ ବାଦ୍ ଦଲେ ଅରବିନ୍ଦ ସ୍ୱାମୀ, ପ୍ରକାଶ ରାଜ ଓ ଜୀଶୁ ସେନଗୁପ୍ତାଙ୍କ ଭଳି କଳାକାର ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଖାସ ଏହି ଫିଲ୍ମ ପାଇଁ କଙ୍ଗନା ୨୦କେଜି ଓଜନ ବଢାଇଥିବା ଜଣାପଡିଛି ।

Leave A Reply

Your email address will not be published.