Latest Odisha News

BREAKING NEWS

ଜିମେଲ୍‌ ଏନ୍‌ଭଲପ୍‌ ଲୋଗୋରେ ପରିବର୍ତ୍ତନ ଆଣିଲା ଗୁଗୁଲ୍

ମୁମ୍ବାଇ: ଆଇକନିକ୍‌ ଜିମେଲ୍‌ ଆପ୍ ଏନଭଲପ୍‌‌ ଲୋଗୋକୁ ପରିବର୍ତ୍ତନ କଲା ଗୁଗୁଲ୍‌। ଗୁଗୁଲ୍‌ ଆଇକନିକ୍‌ ଜିମେଲ୍‌ ଏନଭଲପ୍ ଲୋଗୋକୁ ଏକ ନୂଆ ଡିଜାଇନ୍‌ ସହିତ ବଦଳାଇଛି।

ପୂର୍ବରୁ ଜିମେଲ୍‌ ଲୋଗୋରେ ଧଳା ଓ ନାଲି ରଙ୍ଗର ବ୍ୟବହୃତ ହୋଇଥିବା ବେଳେ ଏଥିରେ ପରିବର୍ତ୍ତନ ଅଣାଯାଇ ଲୋଗୋକୁ ନୀଳ, ନାଲି, ହଳଦିଆ ଏବଂ ସବୁଜ ରଙ୍ଗ ବ୍ୟବହାର କରାଯାଇଛି।

ପୂର୍ବରୁ ଏନ୍‌ଭଲପ୍‌ ଉପରେ ଏମ୍‌ ଲେଖାଥିବା ଲୋଗୋ ରହିଥିଲା। ଏବେ ମଧ୍ୟ ଏମ୍‌ ଲେଖାଯାଇଛି ହେଲେ ଏନ୍‌ଭଲପ୍‌ ହଟାଇ ଦିଆଯାଇଛି।

ଗୁଗୁଲ୍‌ ଏନ୍‌ଭଲପ୍‌ ଗୁରୁତ୍ବ ନ ଥିବା ଚିନ୍ତା କରି ଏଭଳି ପରିବର୍ତ୍ତନ କରାଯାଇଥିବା ଗୁଗୁଲ୍‌ ପକ୍ଷରୁ ଜଣାଯାଇଛି। କିନ୍ତୁ ଏଥିରେ ବ୍ୟବହାରକାରୀମାନେ ଖୁସି ନ ଥିବା ଜଣାପଡ଼ିଛି।

Comments are closed.