Latest Odisha News

BREAKING NEWS

ଖୋଲିପାରେ ରାଜ୍ୟର ପ୍ରମୁଖ ମନ୍ଦିର, ଆକ୍ସନ ପ୍ଲାନ ମାଗିଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କିଛି ପ୍ରମୁଖ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି । କରୋନା କଟକଣା ଭିତରେ ଭକ୍ତଙ୍କ ପାଇଁ ରାଜ୍ୟର କିଛି ମନ୍ଦିର ଖୋଲିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିରର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ କଟକଣା ଭିତରେ କିଭଳି ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସେସବୁ ଜିଲ୍ଲାର ଜିଲ୍ଲାପାଳମାନେ ୧୦ ଦିନ ଭିତରେ ରିପୋର୍ଟ ଦେବେ । ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା କଟକଣା ଭିତରେ ରାଜ୍ୟରେ ମଲ୍, ସିନେମା ହଲ୍, ମାର୍କେଟ ଆଦି ଖୋଲିଛି । କେବଳ ଭକ୍ତଙ୍କ ପୂର୍ଜାର୍ଚ୍ଚନା ପାଇଁ ବନ୍ଦ ରହିଛି ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ।

Leave A Reply

Your email address will not be published.