Latest Odisha News

BREAKING NEWS

କାହିଁକି ମନ୍ତ୍ରୀଙ୍କୁ ମାରିଲା ଗୋପାଳ ? କ୍ରାଇମବ୍ରାଞ୍ଚ ଆଗରେ ଉଗାଳିଲା କି ସତ ?

ଝାରସୁଗୁଡା: ଝାରସୁଗୁଡା ଜେଲ୍‌ରୁ ସ୍ଥାନାନ୍ତରିତ ହେଲେ ଗେପାଳ ଦାସ। ଏବେ ଝାରସୁଗୁଡା ଜେଲରୁ ଚୌଦ୍ୱାର ଜେଲକୁ ଯିବ ନବଦାସ ହତ୍ୟା ଅଭିଯୁକ୍ତ ଗାପାଳ ଦାସ । ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର କରିବା  ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ ଅନ୍ୟତ୍ର  ସ୍ଥାନାନ୍ତର ପାଇଁ  ଜେଲ୍ ବିଭାଗ ଅପିଲ କରିଥିଲା।

ଆଜି ସକାଳେ ଗୋପାଳକୁ ପୁଣି କୋର୍ଟରେ ହାଜର କରାଯାଇଥିଲା। ଝାରସୁଗୁଡ଼ା JMFC କୋର୍ଟରେ  ଅଭିଯୁକ୍ତ ଗୋପାଳର  ୧୬୪ ବୟାନ ରେକର୍ଡ କରାଯାଇଥିଲା। ଏ ନେଇ ଗୋପାଳର ଓକିଲ ସୂଚନା ଦେଇଛନ୍ତି।

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ? କ’ଣ ଏହା ପଛର କାରଣ ? ମନ୍ତ୍ରୀଙ୍କ ହତ୍ୟାର ୧୭ ଦିନ ପରେ ଏ ସବୁ ସାମ୍ନାକୁ ଆସିପାରିନି । ତେବେ ହତ୍ୟାର କାରଣ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ତଥ୍ୟ ଦେଇଥିବା ଅନୁମାନ କରାଯାଉଛି ।   ପ୍ରାୟ ୭ ଘଣ୍ଟାର ନାର୍କୋଟେଷ୍ଟରେ ୫୦ରୁ ଅଧିକ ପ୍ରଶ୍ନ ପଚାରି   ଅଭିଯୁକ୍ତ ଗୋପାଳଠାରୁ କ୍ରାଇମବ୍ରାଞ୍ଚ କିଛି କିଛି ତଥ୍ୟ ହାତେଇଥିବା କୁହାଯାଉଛି ।

ଯାହା ବି ହେଉ, ଗୁଜରାଟ ଗାନ୍ଧିନଗର SFLରେ ହୋଇଥିବା ନାର୍କୋ ଟେଷ୍ଟ ରିପୋର୍ଟ ଖୁବଶୀଘ୍ର କ୍ରାଇମବ୍ରା଼ଞ୍ଚକୁ ମିଳିବ। ସପ୍ତାହେ ପରେ ଜଉମୁଦ ଲଫାପାରେ  ଏହାକୁ କୋର୍ଟରେ ଦାଖଲ କରାଯିବ।

ଅବଶ୍ୟ କି ତଥ୍ୟ ପାଇଛି ତାହା କ୍ରାଇମବ୍ରାଞ୍ଚ ତାହା କହିନି । ଯଦି ତଥ୍ୟ ନ ପାଇଥାନ୍ତି ତେବେ ଅଭିଯୁକ୍ତକୁ ପୁଣି ରିମାଣ୍ଡରେ ନେବାକୁ ଚେଷ୍ଟା କରିଥାନ୍ତା । କିନ୍ତୁ ୩ୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ କ୍ରାଇମବ୍ରାଞ୍ଚ ଗେପାଳକୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରି ନ ଥିବାରୁ ଗୁଳିକାଣ୍ଡର କାରଣ ଜାଣି ସାରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.