Latest Odisha News

BREAKING NEWS

ହସ୍‌ପିଟାଲରେ ବିବାହ କଲେ ବରକନ୍ୟା

ହିନ୍ଦି ଫିଲ୍ମ ‘ବିବାହ’ରେ ଅଭିନେତା ସହିଦ କପୁର ଏବଂ ଅଭିନେତ୍ରୀ ଅମୃତା ରାଓ ଡାକ୍ତରଖାନାରେ ବିବାହ କରିଥିବା ସିନେପ୍ରେମୀ ନିଶ୍ଚୟ ଦେଖିଥିବେ । ଏଇଟା ରିଲ୍ ଲାଇଫର କଥା । କିନ୍ତୁ ରିଅଲ ଲାଇଫରେ ଏଭଳି ଘଟଣା ଘଟିପାରେ ତାହା ସମସ୍ତଙ୍କ କଳ୍ପନା ବାହାରେ ନିଶ୍ଚୟ । କିନ୍ତୁ କୋଚି ସିଟି କୋଟାର ଏକ ହସ୍‌ପିଟାଲରେ ଏଭଳି ନିଆରା ବିବାହ ଅନୁଷ୍ଠିତ ହୋଇଛି, ଯାହା ଏବେ ଖୁବ୍ ଚର୍ଚ୍ଚାର ପରିସରକୁ ଆସିଛି ।

BjdElectrycity

କୋଟା ଜିଲା ରାମଗଞ୍ଜମଣ୍ଡି ନିକଟ ଭବପୁର ଗ୍ରାମର ପଙ୍କଜ ରାଠୋରଙ୍କ ବିବାହ ସ୍ଥାନୀୟ ରାବତଭାଟା ଅଞ୍ଚଳର ମଧୁ ରାଠୋରଙ୍କ ସହ ଠିକ୍‌ ହୋଇଥିଲା । ବିବାହ ନେଇ ଉଭୟଙ୍କ ଘରେ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା । ଘରେ ନାଚଗୀତରେ ସମସ୍ତେ ମସଗୁଲ ବି ଥିଲେ । ଏହି ସମୟରେ ଅଘଟଣ ଘଟିଲା । କନିଆ ମଧୁ ଅସାବଧାନତା ଯୋଗୁ ଶିଡ଼ିରୁ ଖସି ପଡ଼ିଲେ । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଦୁଇ ହାତ ଭାଙ୍ଗି ଗଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ସ୍ଥାନୀୟ ଏମବିଏସ ହସପିଟାଲରେ ଭର୍ତ୍ତି କଲେ । ବିବାହର ଠିକ୍ ଗୋଟେ ଦିନ ପୂର୍ବରୁ ଏହି ଘଟଣା ଘଟିଥିବାରୁ ବିବାହ କରାଯିବ କି ନାହିଁ ଦୁଇ ପରିବାର ମଧ୍ୟରେ ଆଲୋଚନା ହେଲା । ଶେଷରେ ରୀତିନୀତି ଅନୁଯାୟୀ ହସପିଟାଲରେ ବିବାହ କରିବାକୁ ପୁଅ ଘର ଲୋକେ ପ୍ରସ୍ତାବ ରଖିଲେ । ଏହି ପ୍ରସ୍ତାବକୁ ଝିଅ ଘର ଲୋକ ମଧ୍ୟ ସମର୍ଥନ କଲେ ।
ପରେ ହସପିଟାଲର ଗୋଟେ ରୁମ୍ ବୁକ୍ କରାଯାଇ ତାକୁ ଫୁଲରେ ସଜେଇବା ସହ ବିବାହ ପାଇଁ ସମସ୍ତ ପ୍ରସ୍ତୁତି କରାଗଲା । ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ଦିନ ଅଳ୍ପ କିଛି ବରଯାତ୍ରୀ ସହ ବର ପହଞ୍ଚିଲେ ହସପିଟାଲରେ । ସେଠାରେ ରୀତିନୀତି ଅନୁସାରେ ବିବାହ କରାଯିବା ସହ ଉଭୟେ ଉଭୟଙ୍କୁ ବରଣମାଳା ପିନ୍ଧାଇଥିଲେ । ପରେ ବର ପଙ୍କଜ କନିଆ ମଧୁଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ । ଏମିତି ବିବାହକୁ ଦେଖି ଡ଼ାକ୍ତରଖାନାକୁ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ତାଜୁବ୍ ହୋଇଯାଇଥିଲେ । ଖୁସିକଥା ହେଲା, ଏଭଳି ପରିସ୍ଥିତିରେ ପଙ୍କଜ ଓ ତାଙ୍କ ପରିବାର ଲୋକେ ଆହତ ମଧୁଙ୍କ ଯତ୍ନ ନେବେ ବୋଲି କହିଛନ୍ତି ।

Leave A Reply

Your email address will not be published.