Latest Odisha News

୨୦୧୪ରେ ମାନସିକ ରୋଗର ଚିକିତ୍ସା ପାଇଁ ଅନାଧିକୃତ ଛୁଟି ନେଇଥିଲା ଗୋପାଳ!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳକୃଷ୍ଣ ଦାସ ୨୦୧୪ରେ ମାନସିକ ରୋଗର ଚିକିତ୍ସା ପାଇଁ ଅନାଧିକୃତ ଛୁଟି ନେଇଥିଲା। ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ରିପୋର୍ଟରୁ ଏହି ସୂଚନା ମିଳିଛି। ୨୦୧୪ରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ମାନସିକ ରୋଗ ବିଭାଗରେ ଗୋପାଳଙ୍କ ଚିକିତ୍ସା ହୋଇଥିଲା। ଗୋପାଳର ଚିକିତ୍ସା କରିଥିବା ଡାକ୍ତରଙ୍କ ସହ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଆଲୋଚନା କରିବା ସହ କିଛି କାଗଜପତ୍ର ମଧ୍ୟ ଜବତ କରିଥିବା ସୂଚନା ରହିଛି।

BjdElectrycity

ଗୋପାଳ ଏମକେସିଜିରେ ବାଇପୋଲାର ଡିସଅର୍ଡରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଡାକ୍ତରମାନେ ତଦନ୍ତକାରୀଙ୍କୁ କହିଥିଲେ ଯେ ଏଭଳି ଚିକିତ୍ସା ସମୟରେ ଜଣେ ରୋଗୀ ତିନିରୁ ଚାରି ମାସ ଯାଏ ସବୁଠାରୁ ଅଧିକ ଯନ୍ତ୍ରଣା ଭୋଗନ୍ତି ଏବଂ ପରେ ପୁଣି ସ୍ୱାଭାବିକ ହୋଇଯାଆନ୍ତି।

କିନ୍ତୁ ସାତରୁ ଆଠ ବର୍ଷର ଲମ୍ବା ବ୍ୟବଧାନ ପରେ ତିନିରୁ ଚାରି ମାସ ଯାଏ ରୋଗୀଙ୍କ ଅବସ୍ଥା ପୁଣି ଜଟିଳ ହୋଇପାରେ। ଗୋପାଳକୁ ପୁଲିସ ରିମାଣ୍ଡରେ ଆଣିବା ବେଳେ ବେଙ୍ଗାଲୁରୁର ଏକ ତିନି ଜଣିଆ ମନସ୍ତତ୍ୱବିତ ଟିମ୍ ତା’ର ଯାଞ୍ଚ କରିଛନ୍ତି। ଗୋପାଳ କିଛି ମାନସିକ ସମସ୍ୟାରେ ପୀଡ଼ିତ ଥିବା ମାନସ୍ତତ୍ୱବିତ ବିଶେଷଜ୍ଞମାନେ ସ୍ୱୀକାର କରିବା ସହ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ବିସ୍ତୃତ ମୂଲ୍ୟାଙ୍କନ ପାଇଁ ସୁପାରିସ କରିଥିଲେ। କ୍ରାଇମବ୍ରାଞ୍ଚ ଅଧିକାରୀମାନେ କହିଛନ୍ତି ଯେ ମାମଲାର ତଦନ୍ତ ଜାରି ରହିଛି। ଗୋପାଳ ଚୌଦ୍ୱାର ସର୍କଲ ଜେଲ୍ ଅଧିକାରୀଙ୍କୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଭେଟିପାରିବେ କି ନାହିଁ ବୋଲି ପଚାରିଥିବା ସୂଚନା ରହିଛି।

ଚୌଦ୍ୱାର ଜେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଗୋପାଳକୁ ଜଣାଇଛୁ ଯେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଟେଲିଫୋନରେ କଥା ହୋଇପାରିବେ କିମ୍ବା ସେମାନେ ଆବଶ୍ୟକ ପ୍ରକ୍ରିୟା ଶେଷ କରିବା ପରେ ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟିପାରିବେ। ଅଭିଯୁକ୍ତକୁ ଏକ ସେଲରେ ରଖାଯାଇଛି। ତିନି ଜଣ କର୍ମଚାରୀ ୨୪ ଘଣ୍ଟା ସିଫ୍ଟରେ ସେଲକୁ ଜଗି ରହିଛନ୍ତି।

ଗୋପାଳ ଏବେ ସ୍ୱାଭାବିକ ଆଚରଣ କରୁଛନ୍ତି ଏବଂ ଏଯାବତ ସେଲ୍ ଭିତରେ କୌଣସି ଅସହ୍ୟ ଯନ୍ତ୍ରଣାର ଲକ୍ଷଣ ଦେଖାଯାଇ ନାହିଁ। ସେଲ୍ ଭିତରେ ଟିଭି ନାହିଁ କେବଳେ ଅଭିଯୁକ୍ତକୁ ବହି ଓ ଖବରକାଗଜ ଯୋଗାଇ ଦିଆଯାଉଛି।

 

 

 

Leave A Reply

Your email address will not be published.