Latest Odisha News

BREAKING NEWS

୧୬ଟି କମ୍ପାନୀକୁ ଭାରତରେ ମୋବାଇଲ୍ ର୍ନିମାଣ ପାଇଁ ମିଳିଲା ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ୧୧୦୦୦ କୋଟି ଟଙ୍କା ବିନିଯୋଗରେ ୧୬ଟି ଘରୋଇ ଏବଂ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକୁ ଭାରତରେ ମୋବାଇଲ୍‌ ବିର୍ନିମାଣ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି।

ଏହା ଅଧୀନରେ ଥିବା କମ୍ପାନୀଗୁଡ଼ିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ୍‌ ଫୋନ୍‌ ତିଆରି କରିବେ।

ଏଥିରେ ଆଇଫୋନ୍‌ ପ୍ରସ୍ତୁତ କରୁଥିବା ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀ ଫକ୍ସକନ୍‌ ହନ୍‌ ହାଇ, ୱିଷ୍ଟ୍ରନ୍‌ ଏବଂ ପେଗାଟ୍ରନ୍‌ ମଧ୍ୟ ସାମିଲ୍‌ ଅଛନ୍ତି।

ଏହାବ୍ୟତୀତ ସାମସଙ୍ଗ୍ ଏବଂ ରାଇଜିଂ ଷ୍ଟାର୍‌ର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଘରୋଇ କମ୍ପାନୀ ମଧ୍ୟରେ ମାଇକ୍ରୋମାକ୍ସ, ଡିକ୍ସନ୍‌ ଟେକ୍ନୋଲୋଜି, ନିଓଲିଙ୍କ୍ସ ଏବଂ ଅପ୍ଟିମସ୍‌ର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।

ରିପୋର୍ଟ ଅନୁଯାୟୀ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଉତ୍ପାଦନ ପ୍ରୋତ୍ସାହନ ଅଧିନରେ ୧୬ ଜଣ ଯୋଗ୍ୟ ଆବେଦନକାରୀଙ୍କ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଆଗାମୀ ପାଞ୍ଚ ବର୍ଷରେ ଦୁଇ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଏହା ତିନି ଗୁଣ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଏହି ଯୋଜନାରେ ଅନୁମୋଦିତ କମ୍ପାନୀଗୁଡ଼ିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୦.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୋବାଇଲ୍‌ ଫୋନ୍‌ ଉତ୍ପାଦନ କରିବେ ବୋଲି ଆଶା କରାଯାଉଛି। କମ୍ପାନୀଗୁଡ଼ିକୁ ୨୦୧୯-୨୦ ବର୍ଷକୁ ମୂଳ ବର୍ଷ ଭାବେ ଆଧାର କରି ୪ରୁ ୬ ପ୍ରତିଶତ ପ୍ରୋତ୍ସାହନ ଦଆଯିବ ବୋଲି ସୂଚନା ମିଳିଛି।

Comments are closed.