Latest Odisha News

ଜାନୁଆରୀ ୨୭ରୁ ରାଜ୍ୟର ଏହି ସ୍ଥାନରୁ ପ୍ରୟାଗରାଜକୁ ଚାଲିବ ସରକାରୀ ବସ୍

ଜୟପୁର: କୁମ୍ଭମେଳା ଦେଖି ଯିବାକୁ ପୂର୍ବରୁ ଓଡିଶାର ୪ଟି ସହରରୁ ପ୍ରୟାଗରାଜକୁ ସ୍ପେଶାଲ୍ ବସ୍ ଚାଲୁଥିବାବେଳେ, ଏବେ କୁମ୍ଭ ମେଳାକୁ ପ୍ରଥମ ଥର ପାଇଁ ଗଡ଼ିବ ସରକାରୀ ଗାଡ଼ି । ଜୟପୁରରୁ ପ୍ରୟାଗରାଜକୁ ଚାଲିବ ସରକାରଙ୍କ ସ୍ୱତନ୍ତ୍ର ବସ୍ ।

ଜାନୁଆରୀ ୨୭ରୁ ଫେବୃଆରୀ ୨୪ ତାରିଖ ପର୍ୟ୍ୟନ୍ତ ୫ଟି ଟ୍ରିପ୍ ରହିବ । ଜୟପୁର ଠାରୁ ଛତିଶଗଡ଼ ହୋଇ ଏହି ବସ୍ ପ୍ରୟାଗରାଜରେ ପହଞ୍ଚିବା ପରେ ଅଯୋଧ୍ୟାରେ ଏହାର ଶେଷ ପଏଣ୍ଟ ରହିବ । ଗୋଟିଏ ଟ୍ରିପରେ ୫ ଦିନର ଯାତ୍ରା କରାଯିବ । ବସରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ରହିବ । ୪ ଜଣ ସରକାରୀ କର୍ମଚାରୀ ଉକ୍ତ ବସ୍ ରେ ରହିବେ ।

ପୂର୍ବରୁ ଏହି ବସ୍ ପୁରୀ, ଭବାନୀପାଟଣା, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଯାଉଛି । ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ । ବସ୍ ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି ।

Comments are closed.