ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ମଧ୍ୟରେ ଟ୍ରୁକଲର୍ ଆପ୍ ଏକ ଲୋକପ୍ରିୟ ଆପ୍ । ଏହି ଫିଚର ଆଇଫୋନରେ ଉପଲବ୍ଧ ନଥିଲା କିନ୍ତୁ କମ୍ପାନୀ ବୁଧବାର ଦିନ ଘୋଷଣା କରିଛି ଯେ ବର୍ତ୍ତମାନ iOS ୟୁଜର୍ସମାନେ ମଧ୍ୟ ଏହି ଫିଚର୍ସ ବ୍ୟବହାର କରିପାରିବେ । ଏହି ନୂଆ ଫିଚର ଦ୍ବାରା ଆଇଫୋନ ୟୁଜର ସ୍ପାମ୍ କଲ୍ ବ୍ଲକିଂ ସହ କଲର ଆଇଡିଣ୍ଟିଫିକେସନ ଫିଚର ପାଇବେ । ଆଣ୍ଡ୍ରଏଡରେ ଯେପରି କଲ୍ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିହେଉଥିଲା ଠିକ ସେହିପରି ଆଇଫୋନ ୟୁଜର ସୁବିଧା ପାଇବେ ।
ଆଇଫୋନ ଭର୍ସନ 14.0 ବା ଏହା ପରବର୍ତ୍ତୀ ଭର୍ସନରେ ଆପଣ ଟ୍ରୁକଲର ବ୍ୟବହାର କରିପାରିବେ । ନିଜ ଆଇଫୋନରେ Settings ଖୋଲନ୍ତୁ ଏହାପରେ Apps > Phone > Call Blocking & Identificationକୁ ଯାଆନ୍ତୁ । ଏଠାରେ ଟ୍ରୁକଲର ସମସ୍ତ ବଟନ୍କୁ ଅନ୍ କରନ୍ତୁ ଓ ଆଉ ଥରେ ଟ୍ରୁକଲର ଆପ୍ ଖୋଲନ୍ତୁ । ଏହି ସମସ୍ତ ନୂଆ ଫିଚର ଟ୍ରୁକଲର ପ୍ରିମିୟମ ୟୁଜର ପାଇବେ ।
ଟ୍ରୁକଲରର ସିଇଓ କହିଛନ୍ତି, “ଆଇଫୋନରେ ଟ୍ରୁକଲରର ସମସ୍ତ ସୁବିଧାକୁ ସକ୍ଷମ କରି ଆମେ ବହୁତ ଖୁସି ଅଛୁ । ଆଇଫୋନ ୟୁଜର ଟ୍ରୁକଲରର ଆଣ୍ଡ୍ରଏଡ୍ ଅନୁଭବ ପାଇବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । ଏହି ଅପଡେଟ ସମସ୍ତ କଲିଂ ଗତିବିଧିର ଗୋପନୀୟତା ସୁରକ୍ଷିତ ରଖି ସୁବିଧା ପ୍ରଦାନ କରିବ ।”
ଟ୍ରୁକଲରର ପ୍ରିମିୟମ ସୁବିଧାକୁ ଅନ୍ୟ ଚାରିଜଣଙ୍କ ସହ ସେୟାର କରିପାରିବେ ।
Comments are closed.