Latest Odisha News

BREAKING NEWS

ଆଇସିସି ଟି୨୦ ବିଶ୍ୱକପ : ପାକିସ୍ତାନ ଟିମକୁ ଭିଜା ମିଳିବ !

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଟି୨୦ କ୍ରିକେଟ ବିଶ୍ୱକପ ଆୟୋଜିତ ହେବ । ତେବେ ଏଥିରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଶଙ୍କା ରହିଥିଲା । ମିଡିଆ ରିପୋର୍ଟ ଅନୁସାରେ ଭାରତ ସରକାର ପାକିସ୍ତାନ ଟିମକୁ ଭିଜା ଦେବା ପାଇଁ ରାଜି ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ବିିସିସିଆଇ ଭର୍ଚୁଆଲ ବୈଠକରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ପାକିସ୍ତାନ ପ୍ରଶଂସକଙ୍କୁ ଭିଜା ଦେବା ନେଇ ଆଲୋଚନା ହୋଇ ନାହିଁ ବୋଲି ଜୟ ଶାହ କହିଛନ୍ତି । ଏହା ଏକ ଆଇସିସି ଇଭେଂଟ ହୋଇଥିବାରୁ ସରକାର ପାକିସ୍ତାନ ଖେଳାଳି ଏବଂ ମିଡିଆକୁ ଭିଜା ଦେବା ନେଇ ସବୁଜ ସଙ୍କେତ ଦେଇଛି । ଟି୨୦ ବିଶ୍ୱକପରେ ଭାରତର ୯ଟି ଭେନ୍ୟୁରେ ଖେଳାଯିବ ।

Leave A Reply

Your email address will not be published.