ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ଜରୁରୀକାଳିନ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମରୁ ଏହି ପ୍ୟାକେଜ ଘୋଷଣା କରାଯାଇଛି ।
ତିନୋଟି ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହି ଟଙ୍କା ଦେବେ । ଜାନୁଆରି ୨୦୨୦ ରୁ ଜୁନ୍ ୨୦୨୦, ଜୁଲାଇ ୨୦୨୦ ରୁ ମାର୍ଚ ୨୦୨୧ ଏବଂ ଏପ୍ରିଲ୍ ୨୦୨୧ ରୁ ମାର୍ଚ ୨୦୨୪ ପର୍ୟ୍ୟନ୍ତ । ତେବେ ପ୍ରଥମ ପର୍ଯ୍ୟାୟର ଟଙ୍କା ପଠାଇ ଦିଆଯାଇଛି । ଏହି ଆର୍ଥିକ ପ୍ୟାକେଜରେ ଦିଆଯାଇଥିବା ଟଙ୍କାରେ ହସ୍ପିଟାଲର ଆଇସୋଲେଶନ ବୋର୍ଡ, ଆଇସିୟୁ ଭଳି ସ୍ୱାସ୍ଥ୍ୟ ଉପକରଣ କିଣାଯିବ ।
ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିର୍ଦେଶକ ବନ୍ଦନା ଗୁରନାନି ଏକ ସର୍କୁଲାର ଜାରି କରି କହିଛନ୍ତି ଯେ ଜାନୁଆରି ୨୦୨୦ ରୁ ମାର୍ଚ ୨୦୨୪ ଯାଏଁ ତିନୋଟି ପର୍ୟ୍ୟାୟରେ ଏହି ପ୍ୟାକେଜ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ୟ୍ୟାୟରେ କୋଭିଡ -୧୯ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ବିକାଶ ହେବ। ଏଥିସହ ଆଇସୋଲେଶନ ଓ୍ୱାର୍ଡ, ଭେଣ୍ଟିଲେଟର ସହିତ ଆଇସିୟୁ, ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ, ଡାକ୍ତରଖାନାର ଲ୍ୟାବ ଗୁଡ଼ିକର ମରାମତି ସହିତ ଆମ୍ୱୁଲାନ୍ସ ସଂଖ୍ୟା ବଢ଼ାଯିବ ।
BREAKING NEWS
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
- ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
- Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ
- paddy collection: କାଲିଠୁ ସ୍ବାଭାବିକ ହେବ ମଣ୍ଡିରୁ ଧାନ ଉଠାଣ; ସର୍ତ୍ତମୂଳକ ଭାବେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ
Comments are closed.