Latest Odisha News

BREAKING NEWS

ବ୍ରିଟେନର ସବୁଠାରୁ ବଡ ପରିବାରରେ ଆଉ ଏକ ନୂଆ ଅତିଥି ଆସିଲେ

ଲଣ୍ଡନ: ବ୍ରିଟେନର ସବୁଠାରୁ ବଡ ପରିବାରରେ ଗୁରୁବାର ଆଉ ଏକ ନୂଆ ଅତିଥି ଆସିଛନ୍ତି । ୪୪ ବର୍ଷୀୟ ସୁ ରେଡଫୋର୍ଡ ୨୨ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ବର୍ଷେ ତଳେ ସେ ୨୧ ତମ ସନ୍ତାନର ମାଆ ହୋଇଥିଲେ । ସେ ସମୟରେ ଏହା ତାଙ୍କର ଶେଷ ସନ୍ତାନ ହେବେ ବୋଲି କହିଥିଲେ । ୪୮ ବର୍ଷୀୟ ନୋୟଲ ରେଡଫୋର୍ଡ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହ ଫଟୋ ଶେୟାର କରିଛନ୍ତି ।

ମାଆ ଏବଂ ଶିଶୁ ସୁସ୍ଥ ହୋଇଛନ୍ତି । ସୁ ଏବଂ ନୋୟଲଙ୍କ ସବୁଠାରୁ ବଡ ପୁତ୍ରର ବୟସ ୩୦ ଓ ଝିଅର ବୟସ ୨୫ । ସେମାନେ ସେମାନଙ୍କ ପରିବାର ସହ ଅଲଗା ରହୁଛନ୍ତି । ସୁ ଏବଂ ନୋୟଲଙ୍କ ୧୭ତମ ସନ୍ତାନ କିଛି ଦିନ ତଳେ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.