Latest Odisha News

BREAKING NEWS

୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୂରସଂଚାର ଅପରେଟରଙ୍କୁ ୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସରକାର ହ୍ୟାଣ୍ଡସେଟ ସହିତ ଜଡିତ ୨୦ ଲକ୍ଷ ମୋବାଇଲ ନମ୍ବରକୁ ପୂନର୍ବାର ଭେରିଫାଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଇବର ଅପରାଧ ଓ ଅନଲାଇନ ଠକେଇକୁ ରୋକିବା ପାଇଁ ଡିଓଟି, ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ମିିଳିତ ଭାବେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ନେଟୱର୍କକୁ ଠକେଇର ମାଧ୍ୟମ କରୁଥିବା ଠକଙ୍କୁ ରୋକିବା ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି ।

ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି ଯେ, ସାଇବର ଅପରାଧରେ ୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟର ଦୂରପଯୋଗ କରାଯାଇଛି । ଏହି ହ୍ୟାଣ୍ଡସେଟରେ ୨୦ ଲକ୍ଷ ନମ୍ବର ବ୍ୟବହାର କରାଯାଇଥିଲା । ସମସ୍ତ ତଥ୍ୟ ପାଇବା ପରେ ଏ ଗୁଡିକ ବ୍ଲକ କରାଯାଇଛି । ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଓଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.