Latest Odisha News

BREAKING NEWS

ରାଜଧାନୀ ଦେଖିବ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ସୋ, ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ଵର: ରାଜଧାନୀ ଦେଖିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ସୋ। ଲକ୍ଷ ଲକ୍ଷ ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ବିଜେପି ପାର୍ଟୀ ଅଫିସକୁ ଯାଇଛନ୍ତି ମୋଦୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରି ପାର୍ଟୀ ଅଫିସରେ ପହଞ୍ଚିଛନ୍ତି ମୋଦି।

ଏହାରିଭିତରେ ପାର୍ଟୀ ଅପିସରୁ ବାହାରିଛି ମୋଦିଙ୍କ ବିଶାଳ ମେଗା ରୋଡ ସୋ । ବିଜେପି ପାର୍ଟୀ ଅଫିସରୁ ବାଣିବିହାର ପର୍ଯ୍ୟନ୍ତ ଏହି ବିଶାଳ ରୋଡ ସୋ କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ରୋଡ ସୋରେ ସାମିଲ ହୋଇଛନ୍ତି । ମୋଦି ଜିନ୍ଦାବାଦ, ବିଜେପି ଜିନ୍ଦାବାଦ ନାରାରେ କମ୍ପୁଛି ରାଜଧାନୀ । ବିଜେପି ଅଫିସ୍‌ ପରିସରରେ ହୁଳହୁଳି ଓ ଝାଞ୍ଜ ମୃଦଙ୍ଗ ସହ ସାହିଯାତ ପରମ୍ପରା ଦେଖିବାକୁ ମିଳିଛି। ମୋଦିଙ୍କ ରୋଡ ସୋ ପାଇଁ ରାଜ୍ୟ ବିଜେପି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଦିଙ୍କ କାରକେଡ ଆଗରେ ବିଜେପିର ମହିଳା କର୍ମୀମାନେ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରି ଆଗେ ଆଗେ ଚାଲିଛନ୍ତି ।

ତେବେ ତାଙ୍କ ରୋଡ ସୋ ପୂର୍ବରୁ ରାଜ୍ୟ ବିଜେପି ତରଫରୁ ସମସ୍ତ ପ୍ରସ୍ତୁତି ହୋଇଛି । ବାଣୀବିହାର ମଧ୍ୟରେ ୧୦ଟି ସ୍ଥାନରେ ୧୦ଟି ଆଇକନ୍ ସ୍ଥାପନ କରାଯାଇଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରାଯାଇଛି । ୫୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.